ତୁଳସୀପାଳ,ଲଙ୍ଗୁଳିଆବେଡା ବିକାଶ ପରିଷଦ ଆନ୍ଦୋଳନ ସ୍ଥଗିତ

You are currently viewing ତୁଳସୀପାଳ,ଲଙ୍ଗୁଳିଆବେଡା ବିକାଶ ପରିଷଦ ଆନ୍ଦୋଳନ ସ୍ଥଗିତ

ବଅଁରପାଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଆଲୁମିନିୟମ ପାର୍କ ପ୍ରକଳ୍ପରେ କାର୍ଯ୍ୟରତ ଲୁମିନିୟସ କମ୍ପାନୀର ଦାଦାଗିରି ଓ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ପ୍ରତି କଟୁ ମନ୍ତବ୍ୟର ପ୍ରତିବାଦରେ ତୁଳସୀପାଳ ଓ ଲଙ୍ଗୁଳିଆବେଡା ବିକାଶ ପରିଷଦ ପକ୍ଷରୁ ଗତ ୪ ଦିନ ଧରି ଚାଲିଥିବା ଶାନ୍ତିପୂର୍ଣ ଧର୍ମଘଟକୁ ଶନିବାର ସାମୟିକ ଭାବେ ସ୍ଥଗିତ ରଖାଯାଇଛି।

ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟାଳୟରେ ଲୁମିନିୟସ କମ୍ପାନୀର ଦିଲ୍ଲୀରୁ ଆସିଥ‌ିବା ବରିଷ୍ଠ ଅଧିକାରୀ ମାନେ ଓ ବିକାଶ ପରିଷଦର ପ୍ରତିନିଧିଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ପରେ ଏହି ନିଷ୍ପଭି ନିଆଯାଇଛି। ଆସନ୍ତା ମଙ୍ଗଳବାର ଦିନ ଏବିଷୟରେ ତ୍ରିପାକ୍ଷିକ ଆଲୋଚନା କରାଯିବ ।

Share

Leave a Reply