ବଲେରୋ ଚୋରି ଅଭିଯୋଗରେ ୨ ଗିରଫ

You are currently viewing ବଲେରୋ ଚୋରି ଅଭିଯୋଗରେ ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଗାଁର ଅଜିତ କୁମାର ସାହୁଙ୍କ ବଲେରୋ ଚୋରି ଅଭିଯୋଗରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଯେ, ଗତ ୩ ତାରିଖରେ କୋଶଳାର ଅଜିତ କୁମାର ସାହୁଙ୍କ ବଲେରୋ(ଓଆର-୧୯ଏଲ-୩୩୪୩)ଟି ଚୋରି ହୋଇଥିଲା। ଏ ନେଇ ଅଜିତ ଥାନାରେଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଥିଲା। ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ କଟକ ଜଗତପୁରର ଏକ କବାଡ଼ି ଦୋକାନରେ ଚଢ଼ାଉକରି ସେଠାରେ ବଲେରୋକୁ କାଟି ଖଣ୍ଡ ଖଣ୍ଡ କରାଯାଉଥିବା ଦେଖିବାକୁ ପାଇଲେ। ଏଥିରେ ସମ୍ପୃକ୍ତ ଥିବା ଭଦ୍ରକର ଶଶାଙ୍କ କୁମାର ସାହୁ(୩୨) ଓ କଟକ କିଶନନଗରର ପ୍ରଦିପ୍ତ କୁମାର ମହାନ୍ତି(୩୨)ଙ୍କୁ ଗିରଫକରି ବୁଧବାର କୋର୍ଟ ଚାଲାଣ କରିଛି।

Share

Leave a Reply