ଦୁଷ୍କର୍ମ ଓ ଅଶାଳୀନ ମନ୍ତବ୍ୟ ଅଭିଯୋଗରେ ୨ ଗିରଫ

You are currently viewing ଦୁଷ୍କର୍ମ ଓ ଅଶାଳୀନ ମନ୍ତବ୍ୟ ଅଭିଯୋଗରେ ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୁଲିସ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଓ ଅଶାଳିନ ମନ୍ତ୍ୟ ଦେବା ନେଇ ୨ଟି ମାମଲାରେ ୨ଜଣଙ୍କୁ ଗିରଫକରିଛି। ସୂଚନା ଯେ, ମାର୍ଚ୍ଚ ୮ ତାରିଖରେ ଛେଣ୍ଡିପାଦା ଥାନା ଅଞ୍ଚଳର ଜଣେ ୧୬ ବର୍ଷର ନାବାଳିକାଙ୍କୁ ଟିଉସନ ଯିବା ସମୟରେ ଅଶାଳୀନ ମନ୍ତବ୍ୟ ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ପୁଲିସ ଏକ ମାମଲା ରୁଜୁ କରିଥିଲା। ଏହି ମାମଲାର ଅଭିଯୁକ୍ତ ଟାକୁଆ ଗାଁର ବିକାଶ ସାହୁ(୨୪)ଙ୍କୁ ପୁଲିସ ବୁଧବାର ଗିରଫକରି କୋର୍ଟ ଚାଲାଣ କରିଛି। ସେହିଭଳି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଘରେ କେହି ନଥିବା ବେଳେ ପଡ଼ିଶାରେ ରହୁଥିବା ଜୟପଙ୍ଗା ଗାଁର କୈଳାଶ ବେହେରା ନାମକ ଜଣେ ଯୁବକ ମାର୍ଚ୍ଚ ୨୦ ତାରିଖରେ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ପୁଲିସ ଏକ ମାମଲା ରୁଜୁ କରିଥିଲା। ଏହିମାମଲାରେ ପୁଲିସ କୈଳାଶଙ୍କୁ ବୁଧବାର ଗିରଫକରି କୋର୍ଟ ଚାଲାଣ କରିଛି।

Share

Leave a Reply