ଯୁବକଙ୍କୁ ଟାଙ୍ଗିଆରେ ହାଣି ୨ ଭାଇ ଗିରଫ

You are currently viewing ଯୁବକଙ୍କୁ ଟାଙ୍ଗିଆରେ ହାଣି ୨ ଭାଇ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ହରିବେରେଣୀ ଗାଁର ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣିବା ଅଭିଯୋଗରେ ପୁଲିସ ୨ ଭାଇଙ୍କୁ ଗିରଫକରିଛି।

ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ହରିବେରେଣୀ ଗାଁର ଜଳଧର ବେହେରା ଦୋକାନରୁ ସଉଦା କିଣି ଫେରିବା ବେଳେ ଗାଁର ପ୍ରମୋଦ ବେହେରା ଓ ତାଙ୍କ ଭାଇ ଅଶୋକ ବେହେରା ତାଙ୍କୁ ଘରକୁ ଡ଼ାକିଥିଲେ। ପୂର୍ବରୁ ହୋଇଥିବା ଗଣ୍ଡଗୋଳ ନେଇ ସେମାନଙ୍କ ମଧ୍ୟରେ ପାଟିଗୋଳ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ପ୍ରମୋଦ ଓ ଅଶୋକ ଜଳଧରଙ୍କୁ ବାଡ଼େଇ ଏକ ଟାଙ୍ଗିଆରେ ମୁଣ୍ଡକୁ ଆକ୍ରମଣ କରିଥିଲେ। ଫଳରେ ଜଳଧର ଗୁରୁତର ଆହତ ହୋଇଥିଲେ। ଏ ନେଇ ଜଳଧର ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁକରି ରବିବାର ୨ ଭାଇ ପ୍ରମୋଦ ଓ ଅଶୋକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

Share

Leave a Reply