ଅନୁଗୁଳ: ଗତ କିଛିଦିନ ଧରି ଓଡିଶା ସାରା ଶିଶୁ ଶ୍ରମିକ ନିୟୋଜନ ବିରୁଦ୍ଧରେ ଶ୍ରମ ବିଭାଗ ପକ୍ଷରୁ ଅପରେସନ ଆରମ୍ଭ ହୋଇଛି। ଏହି କ୍ରମରେ ଅନୁଗୁଳରେ ବର୍ତମାନ ସୁଦ୍ଧା ୧୦ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଚାଇଲଡ଼ ଲାଇନ ରେ ରଖା ଯାଉଛି। ଗତ କାଲି ଆଠମଲିକରୁ ତିନି ଜଣ ଓ ଆଜି ଛେଣ୍ଡିପଦାରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ଶିଶୁ ମାନଙ୍କୁ ବିଶେଷକରି ହୋଟେଲ ଢାବାରେ ନିୟୋଜିତ କରାଯାଉଥିବା ଅଭିଯୋଗ ହେଉଛି।ଏହି ଚଢ଼ାଉ ବର୍ତମାନ ପାଇଁ ଜାରି ରହିବ ବୋଲି ଏଟିଭି କୁ ଏକ ସାକ୍ଷାତକାରରେ ଅନୁଗୁଳ ଯୁଗ୍ମ ଶ୍ରମ କମିଶନର ପ୍ରଶାନ୍ତ କୁମାର ବଳୀୟାରସିଂ ପ୍ରକାଶ କରିଛନ୍ତି ।
ଛେଣ୍ଡିପଦାରୁ ଦୁଇ ଶିଶୁ ଶ୍ରମିକ ଉଦ୍ଧାର
- Post published:June 7, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
