ଡିଆଇଇଟିରେ ଦୁଇ ଦିନିଆ ଜାତୀୟ ସେମିନାର, ଜାତୀୟ ଶିକ୍ଷା ନୀତି ୨୦୨୦ ଉପରେ ଆଲୋଚନା

You are currently viewing ଡିଆଇଇଟିରେ ଦୁଇ ଦିନିଆ ଜାତୀୟ ସେମିନାର, ଜାତୀୟ ଶିକ୍ଷା ନୀତି ୨୦୨୦ ଉପରେ ଆଲୋଚନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (DIET) ପକ୍ଷରୁ ଦୁଇ ଦିନିଆ ଜାତୀୟ ସେମିନାର ସଫଳତାର ସହ ଆୟୋଜିତ ହୋଇଛି। ଏହି ସେମିନାର ଜାତୀୟ ଶିକ୍ଷା ନୀତି ୨୦୨୦ର ଆଧାରରେ ଶିକ୍ଷକ ପ୍ରଶିକ୍ଷଣର ଗୁଣବତ୍ତା ବୃଦ୍ଧି ଓ ଶିକ୍ଷାରେ ନବୀନତା ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଚିହ୍ନଟ ହୋଇଛି। ଦୁଇ ଦିନ ଧରି ଚାଲିଥିବା ଏହି ସେମିନାରରେ ଜିଳ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଶିକ୍ଷକ ଶିକ୍ଷାବିତ, ଗବେଷକ, ଡିଆଇଇଟିର ଅଧ୍ୟାପକମାନେ ଓ ଛାତ୍ର ଶିକ୍ଷକମାନେ ଉତ୍ସାହର ସହ ଯୋଗଦେଇ ଶିକ୍ଷାର ପରିବର୍ତ୍ତନଶୀଳ ପନ୍ଥା ଉପରେ ଗଭୀର ଆଲୋଚନା କରିଥିଲେ।

ସେମିନାରର ପ୍ରଥମ ଦିନ ପୂର୍ବାହ୍ନରେ ଉଦ୍‌ଘାଟନୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଡିଆଇଇଟି ଅନୁଗୁଳର ଅଧ୍ୟକ୍ଷ ଓ ସେମିନାରର ପାଟ୍ରନ୍ ବିକ୍ରମ କୁମାର ସାହୁ ଅତିଥିଙ୍କୁ ସ୍ୱାଗତ କରି କହିଥିଲେ ଯେ ଏପରି ଜାତୀୟ ସ୍ତରର ଶିକ୍ଷାଭିତ୍ତିକ ମଞ୍ଚ ଶିକ୍ଷକ ପ୍ରଶିକ୍ଷଣକୁ ସମୟୋପଯୋଗୀ ଓ ଉଚ୍ଚମାନ ସମ୍ପନ୍ନ କରିବାରେ ସାହାଯ୍ୟ କରେ। ମୁଖ୍ୟ ଅତିଥି ଡ. ଅଭିଳାଷ ନାୟକ ତାଙ୍କ ଭାଷଣରେ ଶିକ୍ଷାରେ ନବୀନ ପେଡାଗୋଜିର ଆବଶ୍ୟକତା, ଶ୍ରେଣୀକକ୍ଷରେ ଛାତ୍ରଙ୍କ ସକ୍ରିୟ ଅଂଶଗ୍ରହଣ ଓ ଶିକ୍ଷକଙ୍କ ପରିବର୍ତ୍ତିତ ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ।

ଏହି ଅବସରରେ କୀନୋଟ୍ ସ୍ପିକର ଡ. ଅଜୟ କୁମାର ସ୍ୱାଇଁ ତାଙ୍କ ମୂଳ ଭାଷଣରେ ଜାତୀୟ ଶିକ୍ଷାନୀତି ୨୦୨୦ର ପ୍ରଚଳନ ନେଇ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୂଆଦିଲ୍ଲୀ ଏନ୍‌ସିଇଆରଟି ଶିକ୍ଷକ ଶିକ୍ଷା ବିଭାଗର ସହକାରୀ ପ୍ରଫେସର ଡ. ଜିତେନ୍ଦ୍ର କୁମାର ପାଟିଦାର, ମମିତା ସାହୁ, ମଦନ ସୁନ୍ଦର ପ୍ରଧାନ, ରାମକୃଷ୍ଣ ପରିଚ୍ଛା, ଛୋଟରାୟ ଟୁଡୁ, ଜ୍ଞାନୀ ଦୁଷ୍ମନ୍ତ ବେହେରା, ଧର୍ମରାଜ ତ୍ରିପାଠୀ, ଡ. ସଚ୍ଚିଦାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply