ନିର୍ମାଣାଧିନ ପୋଲରୁ ଲୁହା ଚୋରି ଅଭିଯୋଗରେ ୨ ଗିରଫ

You are currently viewing ନିର୍ମାଣାଧିନ ପୋଲରୁ ଲୁହା ଚୋରି ଅଭିଯୋଗରେ ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ୫୫ ନଂ ବାଇପାସ ଜାତୀୟ ରାଜପଥର ଗଡ଼ସନ୍ତ୍ରୀଠାରେ ନିର୍ମାଣାଧିନ ଏକ ପୋଲରୁ ଲୁହା ରଡ ଚୋରି ଅଭିଯୋଗରେ ପୁଲିସ ଶନିବାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଯେ, ୨୦୨୨ ନଭେମ୍ବର ୨୯ ତାରିଖରେ ଗଡ଼ସନ୍ତ୍ରୀ ପୋଲରୁ ଲୁହାରଡ଼ ଚୋରି ନେଇ ସୂଚନା ପାଇବାପରେ ପୁଲିସ ଘଟଣାସ୍ଥଲରେ ପହଞ୍ଚିଥିଲା। ସେଠାରେ ୨ ଜଣଙ୍କୁ କାବୁକରି ଏକ ମାମଲା ରୁଜୁକରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିଲା। ତେବେ ପୁଲିସ ଦେଖି ସେଠାରୁ ଫେରାର ହୋଇଯାଇଥିବା ଗଡ଼ସନ୍ତ୍ରୀ ଗାଁର ଭାଗିରଥି ମାଝୀ(୩୩) ଓ ବଟକୃଷ୍ଣ ସେଠୀ(୩୧)ଙ୍କୁ ଶନିବାର ଗିରଫକରି କୋର୍ଟ ଚାଲାଣ କରିଛି।

Share

Leave a Reply