ପୁଣି ଜୀବନ ନେଲା ଗୋଠଛଡ଼ା ଦନ୍ତା: ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଦଳି ଦେବାରୁ ୨ ଜଣଙ୍କ ମୃତ୍ୟୁ

You are currently viewing ପୁଣି ଜୀବନ ନେଲା ଗୋଠଛଡ଼ା ଦନ୍ତା: ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଦଳି ଦେବାରୁ ୨ ଜଣଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ହାତୀଙ୍କ ଦୌରାତ୍ମ୍ୟ। ଏକାଧିକ ଜୀବନ ଗଲା ପରେ ମଧ୍ୟ ଏ ଯାଏଁ ବନ ବିଭାଗ ସଚେତନ ହୋଇନାହିଁ। ହାତୀଙ୍କୁ ଘଉଡ଼ାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ଅନୁଗୁଳ ବନ ବିଭାଗ।

ଆଜି ମଧ୍ୟ ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମୁରିସିଂହା ପଞ୍ଚାୟତ ପାତେଳୀ ଗ୍ରାମରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ପାତେଳୀ ଗ୍ରାମର ଝିଲ୍ଲୀ ମାଝୀ(୩୮) ଓ ଶଙ୍କର ବିଶ୍ଵାଳ(୬୨)। ନାଳକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଗୋଠଛଡା ଦନ୍ତା ହାତୀ ଆକ୍ରମଣରେ ଉଭୟଙ୍କ ଜୀବନ ଯାଇଛି। ଦୁଇ ଜଣଙ୍କର ମୃତ୍ୟୁ ପରେ ପାତେଳୀ ଗ୍ରାମବାସୀ ବନ୍ତଳା – ଅନୁଗୁଳ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ସଦର ଥାନା ପୋଲିସ ଏବଂ ଏସିଏଫ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ମୃତକଙ୍କ ପରିବାରର ଜଣଙ୍କୁ ଚାକିରି ଏବଂ ୨୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ପାଇଁ ଗ୍ରାମବାସୀ ଦାବି କରିଥିଲେ। ବନ ବିଭାଗ ପକ୍ଷରୁ ପରିବାର ପିଛା ଜଣଙ୍କୁ ୱାଚର୍ ଭାବେ ନିଯୁକ୍ତି ଏବଂ ସରକାରୀ ସହାୟତା ୬ଲକ୍ଷ ଟଙ୍କା ସହିତ ଅନ୍ୟାନ୍ୟ ପାଣ୍ଠିରୁ ୫୦ ହଜାର ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିଲା।

Share

Leave a Reply