ଭାଲୁଧରିସାହିରେ ମା’ ଏବଂ ପୁଅଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ସନ୍ଦେହ

You are currently viewing ଭାଲୁଧରିସାହିରେ ମା’ ଏବଂ ପୁଅଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ସନ୍ଦେହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ଗ୍ରାମର ଭାଲୁଧରିସାହିରେ ମା’ ଏବଂ ପୁଅଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଏହା ହତ୍ୟା ନା ଆତ୍ମହତ୍ଯା ସେ ନେଇ ସନ୍ଦେହ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ ଯେ ଭାଲୁଧରିସାହିର ମା’ ଦ୍ରୌପଦୀ ସାହୁ (୭୦) ଏବଂ ପୁଅ ରଞ୍ଜିତ ସାହୁ (୩୨) ଙ୍କ ମୃତ ଦେହ ଆଜି ତାଙ୍କ ଘରୁ ପୋଲିସ ଉଦ୍ଧାର କରିଛି।

ମା’ ଦ୍ରୌପଦୀଙ୍କ ବେକକୁ ଧାରୁଆ ଅସ୍ତ୍ରରେ କଟା ହୋଇଥିବା ବେଳେ ପୁଅ ରଞ୍ଜିତର ଶବ ରଶି ଲଗାଇ ଝୁଲି ଥିଲା। ଖବର ପାଇ ନାଲକୋ ଥାନା ପୋଲିସ ମୃତ ଦେହ ଉଦ୍ଧାର କରିଛି। ଅଧିକ ତଦନ୍ତ ପାଇଁ ଅନୁଗୁଳ ଏସଡିପିଓ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Share

Leave a Reply