ଥାନା ସମ୍ମୁଖ ଛକରେ ସ୍କୁଟିକୁ ଧକ୍କା ଦେଇ ଦୁଇ ଆରୋହୀଙ୍କୁ ଘୋଷାଡ଼ି ନେଲା ଟ୍ରକ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

You are currently viewing ଥାନା ସମ୍ମୁଖ ଛକରେ ସ୍କୁଟିକୁ ଧକ୍କା ଦେଇ ଦୁଇ ଆରୋହୀଙ୍କୁ ଘୋଷାଡ଼ି ନେଲା ଟ୍ରକ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଗୁରୁବାର ଅପରାହ୍ନରେ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସମ୍ମୁଖରେ ଏକ ଟ୍ରକ ସ୍କୁଟି ସମେତ ସେଥିରେ ଥିବା ଦୁଇ ଜଣକୁ ଘୋଷାଡ଼ି ନେଇଛି। ତେବେ ଥାନା ସାମ୍ନାରେ ଏହି ଦୁର୍ଘଟଣା ଘଟିଥିଲେ ବି ବଅଁରପାଳ ପୋଲିସ ଘଣ୍ଟାଏ ଡେରିରେ ପହଞ୍ଚିଥିଲା। ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା।
ସୂଚନା ଅନୁଯାୟୀ, ବଉଳିଗଡ଼ର ବଡ଼ ବାପା ଝିଅ ସହ ଦାଦା ପୁଅ ତାଳଚେରରେ ଏକ ମଙ୍ଗନ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍କୁଟି (ଓଡ଼ି ୧୯ଭି ୫୧୧୬)ରେ ଫେରୁଥିଲେ। ଫେରିବା ସମୟରେ ତାଙ୍କୁ ଏକ ଟ୍ରକ (ଓଡ଼ି ୦୯କେ ୮୦୪୫) ଧକ୍କା ଦେଇ ଟାଣି ନେଇଥିଲା। ବଉଳିଗଡ଼ର ଅବନୀ ସାହୁଙ୍କ ଝିଅ ମିକି ସାହୁ (୧୮) ଓ ଶ୍ରୀକାନ୍ତ ସାହୁଙ୍କର ପୁଅ ସୁଧାଂଶୁ ଶେଖର ସାହୁ (୨୦)ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

Share

Leave a Reply