ନାଲକୋ ପ୍ଲାଣ୍ଟରୁ ଚୋରି ଅଭିଯୋଗରେ ୨ ଯୁବକ ଗିରଫ

You are currently viewing ନାଲକୋ ପ୍ଲାଣ୍ଟରୁ ଚୋରି ଅଭିଯୋଗରେ ୨ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସ୍ମେଲଟର ପ୍ଲାଣ୍ଟ ପରିସରରୁ ତମ୍ବା କେବୁଲ ଚୋରି ଅଭିଯୋଗରେ ପୁଲିସ ୨ ଜଣ ଯୁବକଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ବୁଧବାର ଭୋର ସମୟରେ ଶିଶୁ ହାର୍ଟିଂ ବସ୍ତିର ବବୁଲୁ ବେହେରା(୨୨) ଓ ରମାକାନ୍ତ ମହାକୁଡ଼(୨୪) ନାଲକୋ ସ୍ମେଲଟର ପ୍ଲାଣ୍ଟ ପରିସରରେ ଥିବା ଏକ ଗୋଦାମରେ ପଶି ତମ୍ବା କେବୁଲ ତାର ଚୋରି କରି ନେଉଥିଲେ। ସେଠାରୁ ବାହାରିବା ସମୟରେ ସୁରକ୍ଷା ଦାୟୀତ୍ବରେ ଥିବା ସିଆଇଏସ୍ଏଫ୍ କର୍ମଚାରୀ ସେମାନଙ୍କୁ କାବୁ କରି ପୁଲିସକୁ ହସ୍ତାନ୍ତର କରିଛନ୍ତି। ଏ ନେଇ ପୁଲିସ ଏକ ମାମଲା ରୁଜୁକରି ୨ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି।

Share

Leave a Reply