ରାସ୍ତାରେ ଯିବା ବେଳେ ଠିକା କର୍ମଚାରୀଙ୍କ ଅକାଳ ମୃତ୍ୟୁ, ୨ ଲକ୍ଷର କ୍ଷତିପୂରଣ ପ୍ରଦାନ

You are currently viewing ରାସ୍ତାରେ ଯିବା ବେଳେ ଠିକା କର୍ମଚାରୀଙ୍କ ଅକାଳ ମୃତ୍ୟୁ, ୨ ଲକ୍ଷର କ୍ଷତିପୂରଣ ପ୍ରଦାନ

ତାଳଚେର: ତାଳଚେରସ୍ଥିତ ଏମ୍‌ସିଏଲ୍ ହିଙ୍ଗୁଳା କୋଇଲାଖଣିରେ ଏକ ଠିକା ସଂସ୍ଥାରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କର ଆଜି ସକାଳେ ମୃତ୍ୟୁ ହୋଇଛି। ମୃତକ ହେଲେ ଗୋପାଳପ୍ରସାଦ ଥାନା ଅନ୍ତର୍ଗତ ସୋଲଡ଼ା ଗ୍ରାମର ମଥୁରା ବେହେରା(୫୯)।

ମଥୁରା ଆଜି ସକାଳୁ ସାଇକେଲରେ ହିଙ୍ଗୁଳା କୋଇଲା ଖଣିକୁ କାମ କରିବାକୁ ଯାଉଥିବା ବେଳେ ରାସ୍ତାରେ ମୁହଁ ମାଡ଼ି ପଡ଼ିଯାଇଥିଲେ ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଖବର ପାଇ ଗୋପାଳପ୍ରସାଦ ଥାନା ଅଧିକାରୀ ସରୋଜ କୁମାର ନାଏକ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ହିଙ୍ଗୁଳା ଓସିପିର ପ୍ରକଳ୍ପ ଅଧିକାରୀ ପଦ୍ମନାଭ ସ୍ୱାଇଁ, କଳମଛୁଇଁ ସରପଂଚ ଅନୀଲ କୁମାର ପ୍ରଧାନ ଘଟଣାସ୍ଥଳକୁ ଯାଇ ଘଟଣାକୁ ଅନୁଧ୍ୟାନ କରିଥିଲେ। ସ୍ୱର୍ଗତ ବେହେରାଙ୍କ ପରିବାରବର୍ଗଙ୍କୁ ସଂପୃକ୍ତ ଠିକା ସଂସ୍ଥା ପକ୍ଷରୁ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଥିଲା। ପରେ ଶବ ବ୍ୟବଚ୍ଛେଦ କରିବାକୁ ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଥିଲା।

Share

Leave a Reply