ଜନ୍ମମାଟି ଗୁରୁଜାଙ୍ଗ ଠାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

You are currently viewing ଜନ୍ମମାଟି ଗୁରୁଜାଙ୍ଗ ଠାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ତାଳଚେର: ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦଜୀଙ୍କ ଜନ୍ମମାଟି ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଗୁରୁଜାଙ୍ଗ ଠାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପିଲାଟି ଦିନରୁ ମୁଁ ସ୍ୱାମୀଜୀଙ୍କର ଅନୁଯାୟୀ ଓ ଭକ୍ତ ଭାବେ ତାଙ୍କର ଆଦର୍ଶରେ ଅନୁପ୍ରାଣିତ। ଓଡ଼ିଶାର ସମସ୍ୟା ଓ ବିପଦ କ’ଣ ଏବଂ ଏହାକୁ ସମାଧାନ କରିବା ପାଇଁ ଯୁବବର୍ଗଙ୍କ ଭୂମିକା କ’ଣ, ତାହା ଉପରେ ସେ ଆମକୁ ମାର୍ଗଦର୍ଶନ ଦେଇଥିଲେ। ସମାଜର ଥିବା କଷ୍ଟ ଓ ଦୁଃଖରୁ ଊର୍ଦ୍ଧ୍ୱରେ ରହି ସମସ୍ୟାର ସମାଧାନ କରିବା ସହ ଅନ୍ୟାୟ ହେଲେ ବି ପ୍ରଭାବଶାଳୀ ଲୋକଙ୍କ ବିରୋଧରେ ଲଢିବାକୁ ପଛାଇବା ନାହିଁ, ଏପରି ବିଚାର ସେ ରଖୁଥିଲେ। ସମାଜର ବଂଚିତ ବର୍ଗଙ୍କ ସେବା ପାଇଁ ଜନସାଧାରଣଙ୍କ ମଧ୍ୟରେ ସମର୍ପଣ ଭାବନା ତିଆରି କରିବା ପାଇଁ ସ୍ୱାମଜୀ ପ୍ରେରିତ କରୁଥିଲେ। ସେ ଓଡ଼ିଶାରେ ସମାଜିକ ସମରସତାର ସବୁଠୁ ବଡ ଉଦାହରଣ ତିଆରି କରିଥିଲେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଏହି ଧର୍ମସଭାକୁ ବିଶ୍ବହିନ୍ଦୁ ପରିଷଦର ରାଜ୍ୟ ସାଧାରଣ ସମ୍ପାଦକ ପଣ୍ଡିତ ମହେଶ ସାହୁ ସଂଯୋଜନା କରିଥିବା ବେଳେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଓଡ଼ିଶା ପଶ୍ଚିମ ପ୍ରାନ୍ତ ସଂଘ ଚାଳକ ବିପିନ ବିହାରୀ ନନ୍ଦ, ବିଶ୍ବହିନ୍ଦୁ ପରିଷଦର କ୍ଷେତ୍ର ସହ ସେବା ପ୍ରମୁଖ ହରିଶ ଚନ୍ଦ୍ର ପ୍ରଧାନ, ସ୍ୱାମୀ ସଚ୍ଚିଦାନନ୍ଦ ଜି ମହାରାଜ, ସ୍ୱାମୀ ଜୀବନ ମୁକ୍ତାନନ୍ଦ ପୁରୀ, ସ୍ଵାମୀଜୀଙ୍କ ସହଯୋଗୀ କବିଚନ୍ଦ୍ର ନାଥ, ବ୍ରହ୍ମଚାରୀ ସନ୍ତୋଷ ଚୈତନ୍ୟ ଜି, ବିଶେଷ ଚୈତନ୍ୟ ଜି, ସନ୍ଥ ପ୍ରଭୁପାଦ ଦାସ, ସନ୍ଥ ଅନ୍ତର୍ଯ୍ୟାମୀ ଦାସ, ମଦନ ମୋହନ ଦାସ, ଗ୍ରାମ ସଭାପତି ପ୍ରସନ୍ନ ପାଣି, ସମ୍ପାଦକ ତୁଷାରକାନ୍ତ ପାଣି ଙ୍କ ସମେତ ଶତାଧିକ ସାଧୁ ସନ୍ଥ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ଏନ ଏସ ଆଇ ସି ର ଡାଇରେକ୍ଟର କାଳନ୍ଦୀ ସାମଲ, ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନ, ବିଜେପି ନେତା ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply