ତିନିଟି ରାଜ୍ୟରେ ବିଜେପିର ବିପୁଳ ବିଜୟ ପରେ ଅନୁଗୁଳରେ ଉତ୍ସବର ମାହୋଲ, ବାଜା ବଜାଇ ବାଣ ଫୁଟାଇ ମିଠା ବାଣ୍ଟିଲେ କର୍ମୀ

You are currently viewing ତିନିଟି ରାଜ୍ୟରେ ବିଜେପିର ବିପୁଳ ବିଜୟ ପରେ ଅନୁଗୁଳରେ ଉତ୍ସବର ମାହୋଲ, ବାଜା ବଜାଇ ବାଣ ଫୁଟାଇ ମିଠା ବାଣ୍ଟିଲେ କର୍ମୀ

ଅନୁଗୁଳ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଆଜି ପ୍ରକାଶ ପାଇଛି ବିଧାନସଭା ନିର୍ବାଚନ ଫଳାଫଳ। ଏ ଅବସରରେ ବିଜେପି ତିନିଟି ଯାକ ରାଜ୍ୟରେ ବାଜି ମାରି ନେଇଛି। ବିଜେପିର ଏହି ବଡ଼ ବିଜୟ ପରେ ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ବିଜେପି ତରଫରୁ ଅନୁଗୁଳ ପୁରୁଣା ବସଷ୍ଟାଣ୍ଡ ରାଜାଛକ ଠାରେ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ ଙ୍କ ନେତୃତ୍ଵରେ ବାଜା ବଜାଇ ବାଣ ଫୁଟାଇ ମିଷ୍ଟାନ୍ନ ବଣ୍ଟନ କରାଯାଇଛି।

କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ, ବିଜେପି ନେତା ଦିଲ୍ଲୀପ ପ୍ରଧାନ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ଅନୁଗୁଳ ପୌରପାଳିକାର ପୌର ଉପାଧ୍ୟକ୍ଷା ଅନୁପମା ସାହୁ, ବିଜେପି ଅନୁଗୁଳ ବିଧାନସଭାର ସଂଯୋଜକ ଦିଲ୍ଲୀପ ଦାସ, କାଉନସିଲର କୈଳାଶ ଚନ୍ଦ୍ର ପ୍ରଧାନ, ନିରଞ୍ଜନ କର, ପ୍ରଜ୍ଞା ଦାସ, ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ସିଦ୍ଧାର୍ଥ ରାଉତରାୟ ପ୍ରମୁଖ ବିଜୟ ଉତ୍ସବ ପାଳିଥିଲେ।

Leave a Reply