ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତାଳଚେର ଗସ୍ତ, ମା’ ହିଙ୍ଗୁଳାଙ୍କୁ କରିବେ ଦର୍ଶନ

You are currently viewing ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତାଳଚେର ଗସ୍ତ, ମା’ ହିଙ୍ଗୁଳାଙ୍କୁ କରିବେ ଦର୍ଶନ

ଅନୁଗୁଳ/ତାଳଚେର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ମାର୍ଚ୍ଚ ୨୫ ସୋମବାର ଦିନ ଅନୁଗୁଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ସୋମବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦିନ ୧୨ ଟାରେ ତାଳଚେର ଗୋପାଳ ପ୍ରସାଦ ସ୍ଥିତ ଜଗତ ଜନନୀ ମା’ ହିଙ୍ଗୁଳା ଠାକୁରାଣୀଙ୍କ ମନ୍ଦିରରେ ପହଞ୍ଚି ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ। ସେଠାରୁ ଦୀନଦୟାଲ ନଗର ଯାଇ ଅନୁଗୁଳ ଆସି ସମ୍ବଲପୁର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି।

କେନ୍ଦ୍ର ମନ୍ତ୍ରୀଙ୍କ ଉକ୍ତ ଗସ୍ତ କାର୍ଯ୍ୟକ୍ରମ ପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ବୋଲି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି।

Share

Leave a Reply