ଆଜି ୪ଟି ସ୍ଥାନରେ ଟିକାକରଣ

You are currently viewing ଆଜି ୪ଟି ସ୍ଥାନରେ ଟିକାକରଣ

ଅନୁଗୁଳ: ୧୮ ବର୍ଷରୁ ଅଧିକଙ୍କ ପାଇଁ କରୋନା ଟିକାକରଣ ଲାଗି ସୋମବାର ଅନୁଗୋଳ ପୌରପାଳିକାର ୪ଟି ସ୍ଥାନକୁ ମନୋନୀତ କରାଯାଇଛି । ଏହିକ୍ରମରେ ପୌରପାଳିକାର ୱାର୍ଡ ନମ୍ବର ୧୪ ଏଲାଇଟ୍ କ୍ଲବ, ୱାର୍ଡ ନମ୍ବର ୧୫ର ବିଜୁ ୟୁଥ୍ କ୍ଲବ, ୱାର୍ଡ ନମ୍ବର ୧୮ର ସିମିଳିପଡ଼ା ଦୁର୍ଗାପୂଜା ମଣ୍ଡପ, ସିମିଳିପଡ଼ାର ମେଗା ୟୁଥ୍ କ୍ଲବରେ ଟିକାକରଣ ପୂର୍ବାହ୍ନ ୯ଟାରୁ ଦିନ ୧ଟା ପର୍ଯ୍ୟନ୍ତ ସମ୍ପନ୍ନ କରାଯିବ। ଉପରୋକ୍ତ ସମସ୍ତ ସ୍ଥାନରେ ୨୦୦ ଲେଖାଏଁ ଟିକା ପ୍ରଦାନ କରାଯିବାକୁ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Share

Leave a Reply