ଜଗନ୍ନାଥ କଳା କେନ୍ଦ୍ରରେ ରକ୍ତଦାନ ଶିବିର, ୯୦ ୟୁନିଟ ରକ୍ତ ସଂଗୃହୀତ

You are currently viewing ଜଗନ୍ନାଥ କଳା କେନ୍ଦ୍ରରେ ରକ୍ତଦାନ ଶିବିର, ୯୦ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଜଗନ୍ନାଥ କଳା କେନ୍ଦ୍ରରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଶିବିରରେ ୯୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।
ସୂଚନାଯୋଗ୍ୟ ଯେ, ଜୀବନ ସାଥୀ ଫାଉଣ୍ଡେସନ ପକ୍ଷରୁ ଆଜି ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଯୋଗେନ୍ଦ୍ର ବେହେରା, ସିଦ୍ଧାର୍ଥ ଶଙ୍କର ସାହୁଙ୍କ ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ୯୦ ଜଣ ରକ୍ତଦାତା ରକ୍ତ ଦାନ କରିଥିବା ବେଳେ ୯୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

Share

Leave a Reply