ପାଳଲହଡ଼ା କେନ୍ଦୁପତ୍ର ତୋଳାଳି ଓ ସିଜିନାଲ କର୍ମଚାରୀ ସଂଘ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା

You are currently viewing ପାଳଲହଡ଼ା କେନ୍ଦୁପତ୍ର ତୋଳାଳି ଓ ସିଜିନାଲ କର୍ମଚାରୀ ସଂଘ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା

ପାଳଲହଡ଼ା: ମଙ୍ଗଳବାର ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତିଙ୍କୁ ପାଳଲହଡା ନିର୍ବାଚନ ମଣ୍ଡଳୀ କେନ୍ଦୁପତ୍ର ତୋଳାଳି ଓ ସିଜିନାଲ କର୍ମଚାରୀ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ବିଧାୟକଙ୍କୁ ସ୍ଥାନୀୟ ଜାତୀୟ ରାଜପଥ ଡାକ ବଙ୍ଗଳା ଠାରୁ କେନ୍ଦୁପତ୍ର କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା।

ରାଜ୍ୟ କେନ୍ଦୁପତ୍ର ତୋଳାଳି ଓ ସିଜିନାଲ କର୍ମଚାରୀ ସଂଘର ସମ୍ପାଦକ ମନୋଜ କୁମାର ସାହୁ ଓ ସାଧାରଣ ସମ୍ପାଦକ ରତ୍ନାକର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଧାୟକଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ଆଡ଼ଭୋକେଟ ତନ୍ମୟ କୁମାର ସାହୁ, ବିଜେପି ଜିଲ୍ଲା ଉପସଭାପତି ଲିଙ୍ଗରାଜ ଦାଶ, ମଣ୍ଡଳ ସଭାପତି ପଞ୍ଚାନନ ସାହୁ, ବରିଷ୍ଠ ସାମ୍ବାଦିକ ରଘୁନନ୍ଦନ ଆଚାର୍ଯ୍ୟ, ସମ୍ପାଦକ ବିନୋଦ ବିହାରୀ ଜେନାଙ୍କ ସମେତ ପାଳଲହଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଞ୍ଚଟି ଯାକ ଡିଭିଜନ ବଜ୍ରକୋଟ, ସିପୁର, ଖମାର ଏବଂ ପାଲଲହଡାର ପୂର୍ବ ପଶ୍ଚିମ ରେଞ୍ଜର ସମସ୍ତ ସମ୍ପାଦକ, ପଦାଧିକାରୀ, ତୋଳାଳି ଓ ଚେକିଅର ଉପସ୍ଥିତ ଥିଲେ।

Share

Leave a Reply