ଖୋଲା କୂଅରୁ ବାରହା ଉଦ୍ଧାର

You are currently viewing ଖୋଲା କୂଅରୁ ବାରହା ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ କୋଶଳା ନିକଟବର୍ତ୍ତୀ ଭାଗିଲାକଟା ଅଞ୍ଚଳରେ ଥିବା ଏକ ଖୋଲା କୂଅରେ ଗୋଟିଏ ବାରହା
ଖସି ପଡ଼ିଥିବା ଗାଁ ଲୋକଙ୍କ ଠାରୁ ଖବରପାଇ ସ୍ଥାନୀୟ ଫରେଷ୍ଟର ଏବଂ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲେ ।

ଖବର ପାଇ ଛେଣ୍ଡିପଦା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଜଙ୍ଗଲ ବିଭାଗ ଟିମ୍ ଏବଂ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମ ରେ ଶେଷରେ ବାରହାକୁ ଉଦ୍ଧାର କରାଯାଇଥିଲା। ଏହି ଉଦ୍ଧାର କାର୍ଯ୍ୟରେ ସୋନାଲିକା ପ୍ରିୟଦର୍ଶିନୀ,ଫରେଷ୍ଟର,ଏସିଆ ସାହୁ ଫରେଷ୍ଟ ଗାର୍ଡ,ସୁରଥ ପ୍ରଧାନ,ଅର୍ଜୁନ ସାହୁ,ଅରୁଣ ଦେହୁରୀ, ପାପୁନ ସାହୁ ହାତୀ ସ୍କୁଆଡ ଏବଂ ଛେଣ୍ଡିପଦା ଅଗ୍ନିଶମ ବାହିନୀର କର୍ମୀ ମାନେ ସହାୟତା କରିଥିଲେ ।

Share

Leave a Reply