ବାଇକକୁ ଧକ୍କା ଦେଲା ଟ୍ରକ, ଚାପି ହୋଇ ମହିଳା ମୃତ

You are currently viewing ବାଇକକୁ ଧକ୍କା ଦେଲା ଟ୍ରକ, ଚାପି ହୋଇ ମହିଳା ମୃତ

ଅନୁଗୁଳ: ଆଜି ସକାଳେ ଅନୁଗୁଳ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଏକ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।

ସୂଚନା ମୁତାବକ, କଲେଜପଡା ଅଞ୍ଚଳର ଗଣେଶ ରାଉତ ଏବଂ ତାଙ୍କ ସ୍ତ୍ରୀ ଉର୍ମିଲା ରାଉତ ମନ୍ଦିର ପାଖରେ ଏକ ଭୋଗ ଦୋକାନ କରିଥିଲେ। ଏହି ଦୋକାନକୁ ଉଭୟେ ବାଇକ୍ ଯୋଗେ ଆସିବା ବେଳେ ଅନୁଗୁଳ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ରାସ୍ତାରେ ଖସି ପଡ଼ିଥିଲେ। ଉର୍ମିଳାଙ୍କ ଉପରେ ଟ୍ରକ୍ ଚଢାଇ ଦେଇ ପଳାଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Share

Leave a Reply