ଆକ୍ସନ ମୋଡରେ ଅନୁଗୁଳ ବନ ବିଭାଗ: ୪ ଶହ ଗଞ୍ଜେଇ ଗଛକୁ ପୋଡ଼ିଲା

You are currently viewing ଆକ୍ସନ ମୋଡରେ ଅନୁଗୁଳ ବନ ବିଭାଗ: ୪ ଶହ ଗଞ୍ଜେଇ ଗଛକୁ ପୋଡ଼ିଲା

ଅନୁଗୁଳ: ଅନୁଗୁଳ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ପାଖାପାଖି ୪ ଶହ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି।

ସୂଚନା ମୁତାବକ, ସୋମବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜରପଡା ରେଞ୍ଜ ଅନ୍ତୁଳିଆ ସେକ୍ସନର ବନ ବିଭାଗ ଅଧିକାରୀମାନେ ଅନ୍ତୁଳିଆ ତାବଡ଼ା ସଂରକ୍ଷିତ ଜଙ୍ଗଲରେ ବେଆଇନ ଗଂଜେଇ ଚାଷ ହୋଇଥିବା ଦେଖିବାକୁ ପାଇଥିଲେ। ପ୍ରାୟ ୪ ଡେସିମିଲ ଜାଗାରେ ୪୦୦ ରୁ ଅଧିକ ଗଞ୍ଜେଇ ଗଛ ଲାଗିଥିଲା। ଅଧିକାରୀମାନେ ନିଆଁ ଲଗାଇ ସେସବୁକୁ ପୋଡ଼ି ନଷ୍ଟ କରିଥିବା ଜଣାଯାଇଛି।

Share

Leave a Reply