ଟିପ ଚିହ୍ନ ନେଇ ୩ କୋଟିରୁ ଅଧିକ ଟଙ୍କା ଠକିନେଲେ ମହିଳା ସଂଘର ସଭାନେତ୍ରୀ

You are currently viewing ଟିପ ଚିହ୍ନ ନେଇ ୩ କୋଟିରୁ ଅଧିକ ଟଙ୍କା ଠକିନେଲେ ମହିଳା ସଂଘର ସଭାନେତ୍ରୀ

ଅନୁଗୁଳ: ଟିପ ଚିହ୍ନ ନେଇ କୋଟିଏରୁ ଅଧିକ ଟଙ୍କା ଠକିନେଲେ ମହିଳା ସଂଘର ସଭାନେତ୍ରୀ। ଏଭଳି ଘଟଣା ଅନୁଗୁଳରେ ସାମ୍ନାକୁ ଆସିଛି।
ସୂଚନା ମୁତାବକ, କେନ୍ଦ୍ରାପଡ଼ା ଅଞ୍ଚଳର ମମତା ସ୍ବାଇଁ କିଛି ବର୍ଷ ହେଲା ଅନୁଗୁଳରେ ବିଭିନ୍ନ ମହିଳା ସଂଘର ସଦସ୍ୟ ହେବା ପରେ ସଭାନେତ୍ରୀ ଭାବେ ଦାୟିତ୍ବ ତୁଲାଉଥିଲେ। ମମତା ନିଜ ଝିଅର ଉଚ୍ଚ ଶିକ୍ଷା ପାଇଁ ଟଙ୍କାର ଆବଶ୍ୟକତା ଥିବା କହି ମୋଟା ଅଙ୍କର ଧାରକରଜ ନେଇଥିଲେ। ପରେ ଟଙ୍କା ମାଗିବାରୁ ସେ ଫେରାର ହୋଇଯାଇଥିଲେ।

ଏ ନେଇ ପରେ ଯେତେବେଳେ ଖୋଳତାଡ଼ କରାଗଲା, ଜଣାପଡ଼ିଲା ଯେ ମମତା ମହିଳା ସଂଘ ଆକାଉଣ୍ଟରୁ ମଧ୍ୟ ମୋଟା ଅଙ୍କର ଟଙ୍କା ହଡ଼ପ କରିନେଇଛନ୍ତି। ମହିଳା ଜଣକ ଅନ୍ୟ ମହିଳାଙ୍କର ଟିପ ଚିହ୍ନ ଦେଇ ଟଙ୍କା ଉଠାଇନେଇଥିବା ଜଣାପଡ଼ିଛି। ସେ ପ୍ରାୟ ୩ କୋଟି ଟଙ୍କା ଠକିନେଇଥିବା ନେଇ ଅଭିଯୋଗ ହୋଇଛି।

Share

Leave a Reply