ବନ ବିଭାଗକୁ ସଫଳତା: କନ୍ଧବେରେଣୀ ଗାଁରୁ ୬୫ ଖଣ୍ଡ ଚୋରା ଶାଳ ପଟ୍ଟା ଜବତ

You are currently viewing ବନ ବିଭାଗକୁ ସଫଳତା: କନ୍ଧବେରେଣୀ ଗାଁରୁ ୬୫ ଖଣ୍ଡ ଚୋରା ଶାଳ ପଟ୍ଟା ଜବତ

ଅନୁଗୁଳ: ଡେରା ଓ ତାଳଚେର ଜଙ୍ଗଲ ବିଭାଗ କର୍ମଚାରୀ କନ୍ଧବେରେଣୀ ଗାଁରୁ ୬୫ ଖଣ୍ଡ ଚୋରା ଶାଳ ପଟ୍ଟା ଜବତ କରିଛନ୍ତି। ଏହି ଶାଳ ପଟ୍ଟାର ପରିମାଣ ୨୯.୭୭୧ ସି ଏଫ୍ ଟି ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ସୋମବାର ପାଟ୍ରୋଲିଂ ବେଳେ ବନ ବିଭାଗ କର୍ମଚାରୀ କନ୍ଧବେରେଣୀ ଗାଁର ଖେଳ ପଡ଼ିଆରେ ଚୋରା ଶାଳ ପଟ୍ଟା ରଖାଯାଇଥିବା ଦେଖିଥିଲେ। ପହଞ୍ଚିବା ବେଳକୁ ସେଠାରେ ୨୯.୭୭୧ ସି ଏଫ୍ ଟିର ୬୫ ଖଣ୍ଡ ଶାଳ ପଟ୍ଟା ଥିଲା। ବନ କର୍ମଚାରୀ କାଠଗୁଡ଼ିକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। ଏହି ପାଟ୍ରୋଲିଂ ଟିମରେ ସିଦ୍ଧାନ୍ତ ଅନୁରାଗ ପରିଡ଼ା, ସରୋଜ କୁମାର ସିଂହ, ତ୍ରୈଲୋକ୍ୟ ରାଉତ, ଅରୁଣ ଦେହୁରୀ, ସଞ୍ଜୟ ସାହୁ ଏବଂ ଶର୍ମା ରାଉତ ପ୍ରମୁଖ ସାମିଲ ଥିଲେ।

Share

Leave a Reply