ଜେଏସପିଏଲଫାଉଣ୍ଡେସନ ପକ୍ଷରୁ ବିଶ୍ଵ କର୍କଟ ଦିବସ

You are currently viewing ଜେଏସପିଏଲଫାଉଣ୍ଡେସନ ପକ୍ଷରୁ ବିଶ୍ଵ କର୍କଟ ଦିବସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳର ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ବିଶ୍ଵ କର୍କଟ ଦିବସ ୨୦୨୨ ଶୁକ୍ରବାର ପାଳିତ ହୋଇଯାଇଛି। ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ(ଜେଏସପିଏଲ)ର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁବିଶ୍ଵ କର୍କଟ ଦିବସ ପ୍ରକଳ୍ପ ପାର୍ଶ୍ଵବର୍ତ୍ତୀ ଗାଁରେ ପାଳିତ ହୋଇଥିଲା। ଏହି ଅବସରରେ ଜେଏସପିଏଲ ଅନୁଗୁଳର ମେଡିକାଲ କର୍ମଚାରୀ ମାନେ ଯୋଗ ଦେଇ ଗୋଷ୍ଠି ସମୁଦାୟଙ୍କୁ କର୍କଟ ରୋଗର ଲକ୍ଷଣ ବିଷୟରେ ବୂଝାଇବା ସହ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ସଠିକ ଚିକିତ୍ସା କରାଗଲେ, ଏହାର ନିରାକରଣ ସମ୍ଭବ ବୋଲି କହିଥିଲେ। ଚଳିତ ବର୍ଷର ବିଷୟ ‘ଚିକିତ୍ସାରେ ବିଳମ୍ବ ବ୍ୟବଧାନକୁ କମ କରିବା’ ଉପରେ ଜେଏସପିଏଲ ଅନୁଗୁଳ ଅକୁପେସନାଲ ସେଣ୍ଟରର ଡା ପ୍ରିୟଦର୍ଶିନୀ ରାୟ ଏବଂ ଡା ସାଇ ସ୍ୱରୂପ ପାଢୀ ଗ୍ରାମୀଣ ମହିଳାଙ୍କୁ କର୍କଟ ରୋଗର ଲକ୍ଷଣ ଏବଂ ବିଶେଷତଃ ମହିଳାଙ୍କ କ୍ଷେତ୍ରରେ ଏହାର ନୂତନ ଟେକ୍ନୋଲୋଜିର ପ୍ରୟୋଗ ମାଧ୍ୟମରେ ଏହାର ତ୍ଵରିତ ଚିହ୍ନଟ ଦ୍ଵାରା ଚିକିତ୍ସା ଆରମ୍ଭ କରାଯାଇପାରିବ ବୋଲି ସଚେତନ କରିଥିଲେ। ଏଥିସହିତ ବିଭିନ୍ନ କୁ ଅଭ୍ୟାସ ଦ୍ଵାରା କିଛି ଅଙ୍ଗ ପ୍ରତ୍ୟଙ୍ଗରେ କର୍କଟ ରୋଗର କାରଣ ମଧ୍ୟ ହୋଇପାରେ ବୋଲି ସୂଚିତ କରିଥିଲେ। ଶେଷରେ ଡାକ୍ତରମାନେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ କୌଣସି ସନ୍ଦେହାତ୍ମକ ଲକ୍ଷଣ ଦେଖାଦେଲେ ତୁରନ୍ତ ଉନ୍ନତ ଚିକିତ୍ସା କରିବା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ଗ୍ରାମୀଣ ମହିଳା ଅଂଶଗ୍ରହଣ କରିଥିଲେ।

Share

Leave a Reply