ବିଶ୍ବ ମଧୁମେହ ଦିବସ

You are currently viewing ବିଶ୍ବ ମଧୁମେହ ଦିବସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରେ ସୋମବାର ବିଶ୍ବ ମଧୁମେହ ଦିବସ ପାଳିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜନ ସ୍ବାସ୍ଥ୍ୟ ଅଧିକାରୀ(ଭେକ୍ଟର ବାହିତ ରୋଗ) ଡା ପୂର୍ଣିମା ଉଦଗାତା ମଧୁମେହର ଲକ୍ଷଣ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା କନ ସ୍ବାସ୍ଥ୍ୟ ଅଧିକାରୀ ଡା. ଧନଞ୍ଜୟ ବେହେରା ମଧୁମେହର ପ୍ରତିରୋଧ ଉପରେ ବିଶଦଭାବରେ ଆଲୋଚନା କରିଥିଲେ। ପରିମିତ ଭୋଳନ, ଶାରିରୀକ ଶ୍ରମ, ବ୍ୟୟାମ, ନିଶା ଓ ତମାଖୁ ବର୍ଜନ, ଓଜନ ହ୍ରାସ ଓ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଉପରେ ଗୁରୁତ୍ବ ଦେଇଥିଲେ। ଏପିଡୋମିଲୋଜିଷ୍ଟ ଡା. ବିନୋଦ କୁମାର ସାହୁ ୩୦ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତି ରକ୍ତ ଶର୍କରାକୁ ପରୀକ୍ଷା କରାଇବା ଉପରେ ଗୁରୁତ୍ବ ଦେବା ସହ ଜୀବନ ଚର୍ଯ୍ୟକୁ ଶୃଙ୍ଖଳିତ କରିବା ପାଇଁ ପରାମର୍ଶ ଦେଇଥିଲେ। ବୈଠକରେ ପାରାମେଡିକାଲ ନସିଂ ଛାତ୍ରୀ ଓ ବିଭାଗୟ ଅଧିକାରୀମାନେ ଯୋଗଦେଇଥିଲେ।

Share

Leave a Reply