ଲୁଣ ବି ଜରୁରୀ! ବିଶ୍ୱ ଆୟୋଡିନ ଅଭାବ ଜନିତ ବ୍ୟାଧି ନିରାକରଣ ଦିବସ ପାଳିତ

You are currently viewing ଲୁଣ ବି ଜରୁରୀ! ବିଶ୍ୱ ଆୟୋଡିନ ଅଭାବ ଜନିତ ବ୍ୟାଧି ନିରାକରଣ ଦିବସ ପାଳିତ

 

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ବ ଆୟୋଡିନ ଅଭାବ ଜନିତ ବ୍ୟାଧି ନିରାକରଣ ଦିବସ ପାଳିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା.ଶିବାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମଣିଷ ଶରୀର ପାଇଁ ଆୟୋଡିନ ଏକ ଅତ୍ୟନ୍ତ ଆବଶ୍ୟକୀୟ ଅଣୁ ପୋଷକ ତତ୍ତ୍ବ ଯାହା ସ୍ବାଭାବିକ ଅଭିବୃଦ୍ଧି ଏବଂ ମାନସିକ ବିକାଶ ଘଟିବା ପାଇଁ ଆବଶ୍ୟକ ବୋଲି ଗୁରୁତ୍ୱାରୋପ କରାଯାଇଛି।

ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା.ପୂର୍ଣ୍ଣିମା ଉଦଗାତା କାର୍ଯ୍ୟକ୍ରମରେ ଯୋଗ ଦେଇ ଆୟୋଡିନ ଅଭାବରୁ କଣ ହୁଏ, ଲୁଣ ବ୍ୟବହାର ଉପାୟ ଓ ଖାଦ୍ୟ ନିମନ୍ତେ ସବୁ ଲୁଣ ଆୟୋଡିନ ଯୁକ୍ତ ହେବା ଦରକାର ବୋଲି କହିଥିଲେ। ଉପସ୍ଥିତ ଶିକ୍ଷା ବିଭାଗର କର୍ମକର୍ତ୍ତା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମକର୍ତ୍ତା, ଆଶା, ସ୍ବାସ୍ଥ୍ୟ କର୍ମୀଙ୍କୁ ତୃଣମୂଳ ସ୍ତରରେ ପ୍ରଚାର ପ୍ରସାର କରିବା ପାଇଁ ଗୁରୁତ୍ବ ଦିଆଯାଇଥିଲା। କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ସଞ୍ଚାର ଅଧିକାରୀ ଭରତ କୁମାର ସାହୁ ପରିଚାଳନା କରିଥିଲେ।

Share

Leave a Reply