ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲକରି ଯୁବକ ଗିରଫ

You are currently viewing ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲକରି ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲକରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଶୁକ୍ରବାର ଗିରଫ କରିଛି ପୋଲିସ।

ସୂଚନା ଯେ, ୨ ବର୍ଷ ତଳେ ବୁଢ଼ାପଙ୍କ ଗାଁର ରାକେଶ ନାଥ(୨୧) ଜଣେ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନକରି ତାଙ୍କର ଅଶ୍ଳିଳ ଫଟୋ ଉଠାଇଥିଲେ। ସେହି ନାବାଳିକା ଏବେ ବିବାହ କରିଛନ୍ତି। ବିବାହପରେ ରାକେଶ ପୂର୍ବରୁ ଉଠାଇଥିବା ଅଶ୍ଳୀଳ ଫଟୋ ନାବାଳିକାଙ୍କ ସ୍ବାମୀଙ୍କ ନିକଟକୁ ପଠାଇଥିଲେ। ଏ ନେଇ ନାବାଳିକାଙ୍କ ତରଫରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଶୁକ୍ରବାର ଅଭିଯୁକ୍ତ ରାକେଶଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

Share

Leave a Reply