ଟ୍ରେନରୁ ଖସି ଗୋଡ଼ ହରାଇଲେ ଯୁବକ: ଉଦ୍ଧାର ପାଇଁ ଆସିପାରିଲାନି ଆମ୍ବୁଲାନ୍ସ, ବୋହି ବୋହି ହସ୍ପିଟାଲ ନେଲେ ସ୍ବେଚ୍ଛାସେବୀ

0

ଅନୁଗୁଳ: ଟ୍ରେନରୁ ଖସି ଗୋଡ଼ ହରାଇଲେ ଯୁବକ। ଆଜି ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ବଇଣ୍ଡା ରେଲୱେ ଷ୍ଟେସନରେ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଟ୍ରେନରେ ଚଢିବା ବେଳେ ଗୋଡ଼ ଖସି ଯିବାରୁ ପୁରୁଣା କୋଟ ଥାନା ଅନ୍ତର୍ଗତ ଟାଇଁସି ହିଞ୍ଜାଗୋଲା ଗ୍ରାମର ଅବିନାଶ ବିଶ୍ଵାଳ(୨୨)ଙ୍କ ଡାହାଣ ଗୋଡ଼ କଟିଯାଇଛି।

ଆମ୍ବୁଲାନ୍ସ ନ ଥିବାରୁ ଅବିନାଶଙ୍କୁ ଅସ୍ତ୍ରୋପଚାର ପାଇଁ ସ୍ୱେଚ୍ଛାସେବୀମାନେ ପ୍ରାୟ ୨କିମି ବୋହି ମେଡିକାଲ ଆଣିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ପ୍ରକାଶ ଯେ ଅବିନାଶ ବିଶ୍ୱାଳଙ୍କୁ ଦୁର୍ଘଟଣା ପରେ ହସ୍ପିଟାଲ ନେବାକୁ ଆମ୍ବୁଲାନ୍ସଙ୍କୁ ଫୋନ କରାଯାଇଥିଲା, କିନ୍ତୁ ଆମ୍ବୁଲାନ୍ସ ନ ଥିବାରୁ ଆସିପାରିନଥିଲା। ଏଥିସହ ସ୍ଥାନୀୟ ଅଟୋ ବାଲା ବି ତାଙ୍କୁ ସାହାଯ୍ୟ କରିନଥିଲେ। ଏଣୁ ମାନସ ସାହୁ, ଅଜୟ ବେହେରା, ଲିପୁ ସାହୁ, ବିନିତ୍ ଅଗ୍ରୱାଲ, ଦୀପକ ସାହୁ ପ୍ରମୁଖ ସ୍ବେଚ୍ଛାସେବୀ ତାଙ୍କୁ ବଇଣ୍ଡା ମେଡିକାଲକୁ ବୋହି ବୋହି ଆଣିଥିଲେ। ଫଳରେ ଏକ ଜୀବନ ବଞ୍ଚିଯାଇଛି।

Leave A Reply

Your email address will not be published.

error: Content is protected !!