ସ୍ୱାସ୍ଥ୍ୟକେନ୍ଦ୍ର, ବାୟାଣୀ ପିଢ଼ ବିଶୋଧନ କଲେ ଯୁବ ସ୍ଵେଚ୍ଛାସେବୀ

You are currently viewing ସ୍ୱାସ୍ଥ୍ୟକେନ୍ଦ୍ର, ବାୟାଣୀ ପିଢ଼ ବିଶୋଧନ କଲେ ଯୁବ ସ୍ଵେଚ୍ଛାସେବୀ

ଅନୁଗୁଳ: ତାଳଚେର ବ୍ଳକ ଡଅରା ଗ୍ରାମର ଯୁବ ସ୍ବେଚ୍ଛାସେବୀ ତଥା ଯୁବ ବିଜେପି କର୍ମକର୍ତ୍ତା ଜଗଦୀଶ ସାହୁଙ୍କ ଉଦ୍ୟମକ୍ରମେ ମଙ୍ଗଳବାର ଏକ ବିଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଛେଣ୍ଡିପଦା ବ୍ଳକର ଗଡ ମଣ୍ଡଳ ସ୍ୱାସ୍ଥ୍ୟକେନ୍ଦ୍ର,ପାତ୍ରପଡ଼ା ମା ବାୟାଣୀ ପୀଠ ଓ ଶ୍ରୀ ଜଗନ୍ନାଥ ମନ୍ଦିର ସାନିଟାଇଜ୍ କରାଯାଇଥିଲା। ପୀଠ ବିଶୋଧନ ନିମନ୍ତେ ଏକ ମେସିନ ମଧ୍ଯ ଜଗଦୀଶ ପ୍ରଦାନ କରିଥିଲେ। ସାନିଟାଇଜର, ମାସ୍କ୍ ବିତରଣ କରାଯିବା ସହ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଚାରା ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପି ଅନଗୁଳ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ବିଜୟ କୁମାର ମାଝୀ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକ, ଡାକ୍ତର ବୈକୁଣ୍ଠ ସାହୁ, ଡାକ୍ତର ବିଶେଶ୍ୱର ସାହୁ, ବନା ସାହୁ, ହେମନ୍ତ ସାହୁ, ବିରଜା ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply