ମରଣାନ୍ତକ ଆକ୍ରମଣକରି ଯୁବକ ଗିରଫ

You are currently viewing ମରଣାନ୍ତକ ଆକ୍ରମଣକରି ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗାଁରେ ମଙ୍ଗଳବାର ରାତିରେ ସାମାନ୍ୟ ପାଟିଗୋଳରୁ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣକରିବା ଅଭିଯୋଗରେ ପୋଲିସ ବୁଧବାର ଜଣେ ଯୁବକଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗାଁର ମନ୍ଦର ନାଏକ ତାଙ୍କ ଛେଣ୍ଡିପଦା ଗାଁ ଶଶୁରଘରେ ରହୁଛନ୍ତି। ମଙ୍ଗଳବାର ରାତିରେ ଛେଣ୍ଡିପଦାର ତପନ ନାଏକ ମନ୍ଦରଙ୍କସହ କୌଣସି କାରଣରୁ ପାଟିଗୋଳ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ତପନ ଏକ ଟାଙ୍ଗିଆରେ ମନ୍ଦରଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଫଳରେ ମନ୍ଦର ଗୁରୁତର ଆହତ ହୋଇଥିଲେ। ଏ ନେଇ ମନ୍ଦର ଥାନାରେ ଲିଖିତ ଅଭିଯୋଗକରିଥିଲେ। ଅଭିଯୋଗ ପାଇ ପୋଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ତପନଙ୍କୁ ବୁଧବାର ଗିରଫକରି କୋର୍ଟ ଚାଲାଣ କରିଛି।

Share

Leave a Reply