ବିଜେଡିକୁ ଝଟକା:ଇସ୍ତଫା ଦେଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ

You are currently viewing ବିଜେଡିକୁ ଝଟକା:ଇସ୍ତଫା ଦେଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ

ଅନୁଗୁଳ: ଶେଷରେ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ଏବଂ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଇନ୍ଦ୍ରମଣି ଗଡନାୟକ। ଅନୁଗୁଳର ଏକ ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ୟକ୍ତି ଗତ କାରଣରୁ ସେ ଇସ୍ତଫା ଦେଉଛନ୍ତି ବୋଲି ଶ୍ରୀ ଗଡନାୟକ ପ୍ରକାଶ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ୧୯୯୫ ରୁ ସକ୍ରିୟ ରାଜନୀତିରେ ଥିବା ତଥା ୨୩ ନମ୍ବର ଜିଲ୍ଲା ପରିଷଦ ଯୋନରୁ ନିର୍ବାଚିତ ହୋଇଥିବା ଶ୍ରୀ ଗଡନାୟକଙ୍କୁ ଦଳରେ ଉପଯୁକ୍ତ ମର୍ଯ୍ୟାଦା ମିଳୁନଥିବା ରାଜନୈତିକ ମହଲରେ ଚର୍ଚା ହେଉଚି। କର୍ମୀ ଓ ଶୁଭେଛୁଙ୍କ ସହ ବିଚାର ବିମର୍ଷ ପରେ ତାଙ୍କ ଭବିଷ୍ୟତ ନେଇ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି ଶ୍ରୀ ଗଡନାୟକ ସାମ୍ବାଦିକମାନଙ୍କୁ ଜଣାଇଛନ୍ତି ।

Share

Leave a Reply