ଅନୁଗୁଳ: ତାଳଚେର ଟ୍ରକ୍ ମାଲିକ ସଂଘର ସଭାପତି ଦିଲ୍ଲୀପ କୁମାର ପାଣିଙ୍କୁ ଗିରଫ କରିଛି ଏସ୍ଟିଏଫ୍ (ସ୍ଵତନ୍ତ୍ର ଟାସ୍କ୍ ଫୋର୍ସ)। ଗୁରୁବାର ସନ୍ଧ୍ୟାରେ ଶ୍ରୀ ପାଣିଙ୍କୁ କୋର୍ଟଚାଲାଣ କରାଯାଇଛି।ପ୍ରକାଶ ଯେ, ଏସ୍ଟିଏଫ୍ ୨୦୧୯ ମସିହାରେ କୋଇଲା ଚୋରି ରୋକିବାକୁ ତାଳଚେର ଖଣି ଇଲାକାରେ ଘନ ଘନ ଚଢ଼ଉ କରିଥିଲା। ଏସ୍ଟିଏଫ୍ ସେତେବେଳେ ଜଣେ ଟ୍ରକ୍ ଡ୍ରାଇଭରକୁ ଗିରଫ କରିଥିଲା। କୋଇଲା ଚୋରିରେ ଷଡ଼ଯନ୍ତ୍ର ନେଇ ଏସ୍ଟିଏଫ୍ ସେତେବେଳେ ଶ୍ରୀ ପାଣିଙ୍କ ସମେତ ୧୭ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା। ଦୀର୍ଘ ବର୍ଷ ଧରି ମାମଲା ଶୀତଳଭଣ୍ଡାରକୁ ଚାଲି ଯାଇଥିବା ବେଳେ ବୁଧବାର ରାତିରେ ହଠାତ୍ ଏସ୍ଟିଏଫ୍ ଡିଏସ୍ପି ପ୍ରବୀଣ ତ୍ରିପାଠୀଙ୍କ ନେତୃତ୍ବରେ ଏକ ଟିମ୍ ତାଳଚେରରେ ପହଞ୍ଚି ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟରୁ ସଭାପତି ଶ୍ରୀ ପାଣିଙ୍କୁ ନେଇଯାଇଥିଲା। ତାଙ୍କୁ ତାଳଚେର ଥାନାରେ ଅଟକ ରଖିବା ପରେ ଗିରଫ କରାଯାଇଥିବାର ସୂଚନା ଦିଆଯାଇଥିଲା। ଗୁରୁବାର ସଂଧ୍ୟାରେ ଶ୍ରୀ ପାଣିଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।
ଏସ୍ଟିଏଫ୍ ଦ୍ଵାରା ତାଳଚେର ଟ୍ରକ୍ ମାଲିକ ସଂଘର ସଭାପତି ଗିରଫ
- Post published:December 17, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
