Sunshine Communication

ରାଜ୍ୟ ସ୍କାଉଟ୍ ଗାଇଡ୍ ଶିବିରରେ ଅଭିପ୍ସାଙ୍କ ସଫଳତା

0

ଅନୁଗୁଳ: ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଏବଂ ଗାଇଡ୍ ର ୧୮ତମ ରାଜ୍ୟ ଜାମ୍ବୋରେଟ୍ ଓ ଜାତୀୟ ଏକୀକରଣ ଶିବିର ଗ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାର ବରୁଣେଇ ପାହାଡ଼ ପାଦଦେଶରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୮ଟି ଜିଲ୍ଲା ସାମିଲ୍ ହୋଇଥିଲେ। ଶିବିରରେ ଅନୁଗୁଳ ରୋଟାରୀ ପବ୍ଲିକ୍‌ ସ୍କୁଲ, ଅନୁଗୁଳ ହାଇସ୍କୁଲର ସ୍କାଉଟ ଓ ଗାଇଡ଼, ଅନୁଗୁଳ ସରକାରୀ ବାଳିକା ହାଇସ୍କୁଲର ଗାଇଡ଼ ସାମିଲ ହୋଇଥିଲେ । ରାଜ୍ୟ ମହୋତ୍ସବ ପ୍ରତିଯୋଗିତା, ବିତର୍କ, ଫେନ୍ସି ଡ୍ରେସ୍ ଇତ୍ୟାଦି ପ୍ରତିଯୋଗିତାରେ ରୋଟାରୀ ପବ୍ଲିକ୍‌ ସ୍କୁଲର ଅଭିପ୍ସା ଜେନା ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିଲେ । ଏକାଧିକ ପଦକ ହାସଲକାରୀ ଅଭିପ୍ସା ରାଜ୍ୟ ଭାରତ ସ୍କାଉଟ୍ ଓ ଗାଇଡ଼ ରାଜ୍ୟ କମିସନର ଡ. କାଳୀପ୍ରସାଦ ମିଶ୍ରଙ୍କଠାରୁ ଟ୍ରଫି ଗ୍ରହଣ କରିଥିଲେ।

Puspa Facial Hub

Leave A Reply

Your email address will not be published.