ଅନୁଗୁଳ (Jugal Kishore Sahoo): ଅନୁଗୁଳ ଜିଲ୍ଲାକଣିହାଁ ବ୍ଲକ ଏନଟିପିସି ଥାନା ଅନ୍ତର୍ଗତ ରଙ୍ଗବେଡ ବିଜୁ କଲୋନୀରେ ରହୁଥିବା ଅଞ୍ଜୁତା ସାହାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆ ଯାଉଥିବା ନେଇ ସେ ଗତ ୨ ତାରିଖରେ ଥାନାରେ ଅଭିଯୋଗ କରିଛନ୍ତି। ବିନା କାରଣରେ ସ୍ବାମୀ ଅଜେଶ ସହା ଦିଅର ମନୋଜ ସାହା ଶାଶୁ ଜ୍ଞାତି ସାହା ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ମାଡପିଟ କରୁଛନ୍ତି। ତୁମେ ଏଠାରୁ ପଳା ନହେଲେ ଜୀବନରୁ ମାରିଦେବାକୁ ଧମକ ଦେଉଥିବ ଅଞ୍ଜୁତା ସାହା ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ପତ୍ନିକୁ ନିର୍ଯାତନା ଅଭିଯୋଗ
- Post published:September 4, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
