ଅନୁଗୁଳର ନୂଆ ଡିଆଇପିଆରଓ

0

ଅନୁଗୁଳ: ୪ ମାସ ହେଲା ଖାଲି ପଡ଼ିଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ(ଡିଆଇପିଆରଓ ) ପଦବୀରେ ଶୁକ୍ରବାର ଦୁଃଖବନ୍ଧୁ ମାଝି ଯୋଗଦାନ କରିଛନ୍ତି । ଶ୍ରୀ ମାଝି ଏହାପୂର୍ବରୁ ଗତ ୫ବର୍ଷ ଧରି ପାଳଲହଡ଼ା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଥିଲେ । ଆଜି ଡିଆଇପିଆରଓ ଭାବେ ଯୋଗ ଦେବା ପରେ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ଗଣମାଧ୍ୟମ ଜରିଆରେ ଲୋକଙ୍କ ନିକଟରେ ପହଞ୍ଚାଇବାର ଗୁରୁ ଦାୟିତ୍ଵକୁ ସୁଚାରୁରୂପେ ସମ୍ପାଦନ କରିବେ ବୋଲି ପ୍ରକାଶ କରିଛନ୍ତି । ଆଜି ସେ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି । ବିଭିନ୍ନ ସୂଚନା ପାଇଁ ଶ୍ରୀ ମାଝିଙ୍କ ମୋବାଇଲ୍ ନମ୍ବର ୯୯୩୭୨୩୫୯୯୫ରେ ଯୋଗାଯୋଗ କରିପାରିବେ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.