ଚେନ୍ ଲୁଟେରା ଗରଫ

0

ଅନୁଗୁଳ: ଅନୁଗୁଳ ସହରରେ ଛିନିତାଇ କରି ଆତଙ୍କ ଖେଳାଇଥିବା ଏକ ଚେନ୍ ଲୁଟେରାକୁ ବୁଧବାର ବାନ୍ଧିଛି ଅନୁଗଳ ଥାନା ପୁଲିସ୍ । ଗିରଫ ଅଭିଯୁକ୍ତ ହେଲା ରାହୁଲ୍ ମିଶ୍ର । ତା’ର ଘର ଅନୁଗୁଳ ଥାନା ରାଜକିଶୋରପଡ଼ାରେ । ପୁଲିସ୍ ସୂଚନା ମୁତାବକ, ଗତ ମାସ ୨୩ ତାରିଖରେ କାଲଟାକ୍ସ ଛକ ନିକଟରେ ଏକ ଛିନତାଇ ହୋଇଥିଲା । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଜଣେ ମହିଳାଙ୍କ ବେକରୁ ସୁନାଚେନ୍ ଛିଣ୍ଡାଇ ନେଇ ଚମ୍ପଟ ମାରିଥିଲେ । ଲୁଟ୍‌ର ଶିକାର ହୋଇଥିବା ମହିଳା ଏନେଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ ଏହାର ତଦନ୍ତ ଚଳାଇଥିବା ବେଳେ ବୁଧବାର ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ।

 

Leave A Reply

Your email address will not be published.

error: Content is protected !!