solar

ଦୁଇ ଭାଇଙ୍କୁ ବୀଭତ୍ସ ହତ୍ୟା ମାମଲା ବନ୍ଧା ହେଲେ ଆଉ ୨ ଅଭିଯୁକ୍ତ

0

ଅନୁଗୁଳ: ସହର ଉପକଣ୍ଠ ମୂଷାପାପୁଲି ଛକରେ ଘଟିଥିବା ଦୁଇଭାଇଙ୍କ ବୀଭତ୍ସ ହତ୍ୟାକାଣ୍ଡ ମାମଲାରେ ଆଉ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି ଅନୁଗୁଳ ଥାନା ପୁଲିସ୍ । ଗିରଫ ଦୁଇ ଅଭିଯୁକ୍ତ ହେଲେ ପୁରୁଣାକୋଟ୍ ଥାନା ଇଲାକା ଗିରିଧି ଗ୍ରାମର ସୁଶାନ୍ତ ପଲେଇ ଓ ବନ୍ତଳା ଥାନା ଇଲାକା ସାହାରାଗୁଡ଼ା ଗ୍ରାମର ବିବତ୍ସ ସାହୁ । ଜମିଜମାକୁ କେନ୍ଦ୍ର କରି ଘଟିଥିବା ଏହି ହତ୍ୟାକାଣ୍ଡ ସମ୍ପୂର୍ଣ ଯୋଜନାବଦ୍ଧ ଥିଲା ବୋଲି ପୁଲିସ୍ କହିଛି । ଅଭିଯୁକ୍ତ ସୁଶାନ୍ତ ଦୁଇ ମୁଖ୍ୟ ଅଭିଯୁକ୍ତ ରନ୍ତଲେଇ ଗ୍ରାମର ସୁଜନ ସେନାପତି ଓ ସନ୍ତୋଷ ସେନାପତିଙ୍କୁ ଦେଶୀ ବନ୍ଧୁକ ଯୋଗାଇଥିଲା । ସେହିପରି ଅନ୍ୟତମ ଅଭିଯୁକ୍ତ ବିବତ୍ସ ଯୋଜନାବଦ୍ଧ ହତ୍ୟାରେ ସହଯୋଗ କରିଥିବା ଅନୁଗୁଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋୟୀ ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.