ବଇଣ୍ଡା ରେଲୱେ ଲେଭେଲ କ୍ରସିଂରେ ଅଘଟଣ ହଠାତ୍ ମୁକୁଳା ହୋଇଗଲା ଫାଟକ

0

ବଇଣ୍ଡା: ସୋମବାର ଅପରାହ୍ନରେ ସମ୍ବଲପୁର-ତାଳଚେର ରେଳପଥର ବଇଣ୍ଡାଠାରେ ଇଣ୍ଟରସିଟି ଏକ୍ସପ୍ରେସ ଏକ ଦୁର୍ଘଟଣାରୁ ବର୍ତ୍ତିଯାଇଛି । ପ୍ରକାଶ ଯେ, ରାଉରକେଲା ଇଂଟରସିଟି ଅତିକ୍ରମ କରିବାକୁ ଥିବାରୁ ୫୫ ନମ୍ବର ଜାତୀୟ ରାଜପଥର ବଇଣ୍ଡାଠାରେ ରେଲୱେ ଫାଟକ ପଡ଼ି ଥିଲା । ତେବେ ଟ୍ରେନ୍ ଅତିକ୍ରମ କରି ନଥିବା ବେଳେ ହଠାତ୍ ଅନୁଗୁଳ ପାର୍ଶ୍ଵର ବ୍ୟାରେଲ୍ ଖୋଲିଯାଇଥିଲା । ବ୍ୟାରେଲ ଖୋଲିଯିବାରୁ କେତେକ ଗାଡି ରେଳଧାରଣା ଆଡ଼କୁ ମାଡ଼ି ଯାଇଥିଲେ । ସେପଟେ ଅପର ପାର୍ଶ୍ଵର ଫାଟକ (ବ୍ୟାରେଲ) କିନ୍ତୁ ପଡ଼ିରହିଥିଲା । ଫାଟକ ଦାୟିତ୍ବରେ ଥିବା କର୍ମଚାରୀ ଏହା ଦେଖି ତୁରନ୍ତ ସାଇରନ୍ ବଜାଇ ଗାଡ଼ି ମଟର ଚାଳକଙ୍କୁ ସତର୍କ କରାଇଥିଲେ । ଟ୍ରେନ ଅତିକ୍ରମ କରିବା ପରେ ତୁରନ୍ତ ଫାଟକ ମରାମତି କରାଯାଇଥିଲା । ପ୍ରାୟ ୪୫ ମିନିଟ୍ ପରେ ଫାଟକ ସ୍ଵାଭାବିକ କାମ କରିଥିବା ଜଣାଯାଇଛି ।

Leave A Reply

Your email address will not be published.