maa mangala vihar

କଳାକନା ବୁଲାଇଲେ ଦୁର୍ବୃତ୍ତ ତାଲା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

0

ଅନୁଗୁଳ: ପାଳଲହଡ଼ା ଦମକଳ କେନ୍ଦ୍ର ନିକଟ ଏକ ଘରେ କଳାକଳା ବୁଲାଇଛନ୍ତି ଦୁର୍ବୃତ୍ତ । ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇ ଜଣେ ଅଗ୍ନିଶମ କର୍ମଚାରୀଙ୍କ ଭଡ଼ାଘରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟି ନେଇଛନ୍ତି । ପୁଲିସ୍ ସୂଚନା ମୁତାବକ, ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଇଲାକା ପାଣ୍ଡୁରିଶିଳା ଗ୍ରାମର ପ୍ରଦ୍ୟୁମ୍ନ କୁମାର ସାହୁ ପାଳଲହଡ଼ା ଦମକଳ କେନ୍ଦ୍ରରେ ଆଗ୍ନିକ ଭାବେ କାମ କରନ୍ତି । ଦମକଳ କେନ୍ଦ୍ର ନିକଟ ଏକ ଘରେ ସେ ଭଡ଼ାରେ ରହୁଛନ୍ତି । ୪ ତାରିଖ ଦିନ ସେ ପରିବାର ଲୋକଙ୍କୁ ଆଣିବାକୁ ନିଜ ଗାଁକୁ ଯାଇଥିଲେ । ମାତ୍ର ୭ ତାରିଖ ଭଡ଼ା ଘରକୁ ଫେରିବା ବେଳକୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ଏସି, ଫ୍ରିଜ୍, ଟିଭି, କୁଲର, ୱାସିଙ୍ଗ୍ ମେସିନ୍, ଆକ୍ୱାଗାର୍ଡ ନେଇ ବହୁ ଦାମୀ ଆସବାବପତ୍ର ଲୁଟି ନେଇଛନ୍ତି । ପ୍ରଦ୍ୟୁମ୍ନ ଏନେଇ ପାଳଲହଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରି ଛାନ୍‌ଭିନ୍ ଚଳାଇଛି।

 

Leave A Reply

Your email address will not be published.