ଅନୁଗୁଳୁ: ପାଳଲହଡା ଉପଖଣ୍ଡର ଏକ ଛାତ୍ରୀନିବାସରେ ରହି ପାଠ ପଢୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କଠାରୁ ବୁଧବାର ଏକ ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇଛି । ସଂପୃକ୍ତ ଛାତ୍ରୀଙ୍କୁ ଭଲ ପାଉଥିବା ତାଙ୍କର ଜଣେ ସହପାଠୀ ଏହି ଫୋନ୍ଟି ଦେଇଥିଲେ । ଆଜି ଛାତ୍ର ଜଣକ ମୋବାଇଲ୍ ମାଗିବାକୁ ଆସିଥିଲା ବେଳେ ଧରାପଡ଼ିଯାଇଥିଲେ । ସଂପୃକ୍ତ ଛାତ୍ରକୁ ପୁଲିସ ଜିମା ଦିଆଯାଇଥିବା ବେଳେ ଉଭୟ ପରିବାର ମଧ୍ୟରେ ଆପୋଷ ବୁଝାମଣା ପରେ ଛାଡ଼ି ଦିଆଯାଇଥିଲା। ସୂଚନାଥାଉକି, ଛାତ୍ରୀନିବାସରେ ରହୁଥିବା ଛାତ୍ରୀ ଜଣକ ସାଙ୍ଗମାନଙ୍କ ସହ ନିକଟସ୍ଥ ହାଇସ୍କୁଲକୁ ୱାର୍ଡନଙ୍କ ସହ ଯାଆସ କରିଥାନ୍ତି । ଏହି ଘଟଣା ପରେ ଛାତ୍ରୀନିବାସରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଛାତ୍ରୀଙ୍କଠାରୁ ମୋବାଇଲ୍ ଉଦ୍ଧାର
- Post published:March 11, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
