maa mangala vihar

କଳାହାଣ୍ଡି କପ କ୍ରିକେଟ୍, ଖେଳାଳି ଚୟନ ୨୦ରୁ

0

ଅନୁଗୁଳ: ଆସନ୍ତା ଏପ୍ରିଲ ମାସରେ କଟକରେ ଅନୁଷ୍ଠିତ ହେବ ସମ୍ମାନଜନକ କଳାହାଣ୍ଡି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏଥିପାଇଁ ଅନୁଗୁଳ ଜିଲ୍ଲା ଟିମ୍ ଖେଳାଳି ଚୟନ ପ୍ରକିୟା ଆସନ୍ତା ୨୦ ତାରିଖରୁ କଦମ ପଡ଼ିଆରେ ଆରମ୍ଭ ହେବ । ଏହି ଚୟନ ପ୍ରକ୍ରିୟାରେ ଭାଗ ନେବା ପାଇଁ ଖେଳାଳିଙ୍କ ନାମ ପଞ୍ଜିକରଣ ଆସନ୍ତା ୧୬, ୧୭ ଓ ୧୮ ତାରିଖରେ କଦମ ପଡ଼ିଆରେ ଅନୁଷ୍ଠିତ ହେବ। ଆଶାୟୀ ଖେଳାଳି ସକାଳ ୮ଟା ୩୦ରୁ ଅପରାହ୍ନ ଗୋଟାଏ ଏବଂ ଅପରାହ୍ନ ୩ଟାରୁ ଅପରାହ୍ନ ୫ଟା ୩୦ ମଧ୍ୟରେ ନାମ ପଞ୍ଜିକରଣ କରିପାରିବେ । ଏହି ଚୟନ ପ୍ରକ୍ରିୟାରେ ୧୬ ବର୍ଷରୁ କମ୍ ବୟସର ଖେଳାଳି ଭାଗ ନେଇପାରିବେ ନାହିଁ । ନାମ ପଞ୍ଜିକରଣ ପାଇଁ ଜିଲ୍ଲାର ଇଛୁକ ଖେଳାଳି ନିଜ ସାଥିରେ ଡିଜିଟାଲ ଜନ୍ମ ପ୍ରମାଣପତ୍ର, ଆଧାର କାର୍ଡ, କଲେଜ ପ୍ରମାଣପତ୍ର, ଓରିଜିନାଲ ମାର୍କ ସିଟ୍ ଓ ଫଟୋ ଆଣିବା ବାଧ୍ୟତାମୂଳକ । ନାମ ପଞ୍ଜିକରଣ ପରେ ୨୦ ତାରିଖରୁ ଲିଗ୍ ମ୍ୟାଚ୍ ଦ୍ଵାରା ଖେଳାଳି ଚୟନ କରାଯିବ । ଅଧିକ ବିବରଣୀ ପାଇଁ ଅନୁଗୁଳ ଜିଲ୍ଲା କ୍ରିକେଟ ସଂଘର ସାଧାରଣ ସମ୍ପାଦକ ସାଗରନାଥ ମିଶ୍ର(୯୮୬୧୨୩୮୪୬୫)ଙ୍କୁ ଯୋଗାଯୋଗ କରିପାରିବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.