ବୋହୂକୁ ଯୌତୁକ ନିର୍ଯାତନା ଅଭିଯୋଗରେ, ଶିକ୍ଷୟିତ୍ରୀ ଶାଶୂ ଗିରଫ

0

ଅନୁଗୁଳ: ବାପଘରୁ ଅଧିକ ଯୌତୁକ ଆଣିବାକୁ ବାଧ୍ୟ କରି ବୋହୂକୁ ମାନସିକ ନିର୍ଯାତନା ଦେବା ସହ ଘରୁ ବାହାର କରିଦେବା ଅଭିଯୋଗରେ ପୁଲିସ ତାଳଚେର ଥାନା ଅନ୍ତର୍ଗତ ଚାଇଁପାଳ ଗ୍ରାମର ସରୋଜିନୀ ହୋତାଙ୍କୁ ଗିରଫ କରିଛି । ତାଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରାଯାଇଛି। ଶ୍ରୀମତୀ ହୋତା ଖାଲୁଆ ପ୍ରାଥମିକ ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି । ପ୍ରକାଶ ଯେ, ସରୋଜୀନୀଙ୍କ ପୁତ୍ର ସତ୍ୟମ ୨୦୧୭ରେ ସେହି ଗ୍ରାମର ସାଗରିକା ସାହୁଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ବାପଘରୁ ଅଧିକ ଯୌତୁକ ଆଣିବାକୁ ଦାବି କରି ସ୍ବାମୀ ଓ ଶାଶୂ ସାଗରିକାଙ୍କୁ ନିର୍ଯାତନା ଦେଇ ଆସୁଥିଲେ । ଫଳରେ ସାଗରିକା ବାପଘରକୁ ପଳାଇ ଯାଇଥିଲା । ପରେ ଦୁଇ ପରିବାର ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା ଓ ସାଗରିକା ଶାଶୂଘରକୁ ଫେରିଥିଲେ । ଗତ ୧୧ ତାରିଖ ରାତିରେ ବର୍ଷା ହେଉଥିବା ବେଳେ ଶାଶୂ ସାଗରିକାଙ୍କୁ ଘରୁ ବାହାର କରିଦେଇ ଭିତର ପଟୁ କବାଟ ବନ୍ଦ କରିଦେଇଥିଲେ । ଏ ସମ୍ପର୍କରେ ସାଗରିକା ତାଳଚେର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Leave A Reply

Your email address will not be published.