ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜିନ୍ଦଲ ଜରପଡ଼ା ରାସ୍ତାରୁ ଗୁରୁବାର ବିଳମ୍ବିତ ରାତିରେ ଏକ ସ୍କ୍ରପ ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିଛି ପୁଲିସ। ସୂଚନା ଯେ, ଭ୍ୟାନଟି ଜିନ୍ଦଲ ଅଞ୍ଚଳରୁ ୯ କ୍ବିଣ୍ଟାଲ ୮୦ କେଜି ସ୍କ୍ରାପ୍ ବୋଝେଇକରି ଜରପଡ଼ା ଆଡ଼କୁ ଯାଉଥିବା ବେଳ ପୁଲିସ ପାଟ୍ରୋଲିଂ କରୁଥିବା ଅଧିକାରୀମାନେ ତହାର ଯାଞ୍ଚ କରିଥିଲେ। ଚାଳକ ଆବଶ୍ୟକ କାଗଜପତ୍ର ଦେଖାଇପାରିନଥିବାରୁ ପୁଲିସ ଗାଡ଼ିକୁ ଜବତ କରିବାସହ ଚାଳକ ସୁମନ୍ତ କୁମାର ନାଥ(୨୨)ଙ୍କୁ ଗିରଫକରିଥିଲା। ଶୁକ୍ରବାର ସୁମନ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସ୍କ୍ରାପ୍ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ, ଜଣେ ଗିରଫ
- Post published:September 10, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
