Sunshine Communication

ପିଏମ୍‌ଆଇଟିଠାରେ ଗ୍ରାମାଞ୍ଚଳ ଭଲିବଲ୍‌ ଟୁର୍ନାମେଣ୍ଟ

0

ତାଳଚେର: ବିକାଶ ଫାଉଣ୍ତେସନ୍‌ ଟ୍ରଷ୍ଟ ଆନୁକୂଲ୍ୟରେ ତାଳଚେର ପବିତ୍ର ମୋହନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ପିଏମ୍‌ଆଇଟି) ଖେଳ ପଡ଼ିଆରେ ଗ୍ରାମାଞ୍ଚଳ ଭଲିବଲ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଗତ ୯ ତାରିଖରୁ ଆରମ୍ଭ ଏହି ଗ୍ରାମାଞ୍ଚଳ ଭଲିବଲ୍‌ ଟୁର୍ନାମେଣ୍ଟରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରୁ ମୋଟ ୩୨ଟି ଟିମ୍‌ ଅ˚ଶଗ୍ରହଣ କରିଥିଲେ। ଜାତୀୟ ଯୁବ ଦିବସ ଉପଲକ୍ଷେ ଅନୁଷ୍ଠିତ ଫାଇନାଲ୍‌ ମ୍ୟାଚରେ ଫ୍ରେଣ୍ଡସ କ୍ଳବ୍ ଟାକୁଆ ୨-୧ ସେଟରେ ଖମାର ବଣସିଙ୍ଗକୁ ପରାସ୍ତ କରି ଚାମ୍ପିଅନ୍‌ ହୋଇଥିଲା।

ଉଦ୍‌ଯାପନୀ ସମାରୋହରେ ମ୍ୟାନେଜି˚ ଟ୍ରଷ୍ଟିର ଅଧ୍ୟକ୍ଷା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ମୃଦୁଳା ଟି. ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ।
ପ୍ରାରମ୍ଭରେ ପିଏମ୍‌ଆଇଟି ଅନୁଷ୍ଠାନର ପଦାର୍ଥ ବିଜ୍ଞାନ ଅଧ୍ୟାପିକା ତଥା ଭଲିବଲ୍‌ ଟୁର୍ନାମେଣ୍ଟ ଆୟୋଜନ କମିଟିର ସ˚ଯୋଜିକା ସସ୍ମିତା ପଣ୍ତା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ଈଂ. ସୂର୍ଯ୍ୟପ୍ରକାଶ ସି˚ହ ଧନ୍ୟବାଦ ଅର୍ପଣ କରିଥିଲେ।

Puspa Facial Hub

Leave A Reply

Your email address will not be published.