CADLAB

ବୃଦ୍ଧଙ୍କୁ ହାତୀ ଦଳିଦେଲା

0

କଣିହାଁ: କଣିହାଁ ବ୍ଲକ ବ୍ରଜକୋଟ ଗ୍ରାମର ସୁବର୍ଣ୍ଣପୁର ସାହିରେ ହାତୀ ଆକ୍ରମଣରେ ମାୟାଧର ବେହେରା ( ୫୫ )ଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ସକାଳେ ଏହି ଅଘଟଣ ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମାୟାଧର ସକାଳେ ଶୌଚ ହେବାକୁ ଯାଇଥିବା ସମୟରେ ହାତୀ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲା । ମାୟାଧରକୁ ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଣିହାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଚିକିତ୍ସା ଚାଲିଥିବା ବେଳେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ପୁଲିସ୍ ଓ ବନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଥିଲେ।

Leave A Reply

Your email address will not be published.