ଅନୁଗୁଳ:ଅନୁଗୁଳ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶରତ ଚନ୍ଦ୍ର ସେଠୀ ସୋମବାର ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଦୀର୍ଘ ୨୬ ବର୍ଷର ଚାକିରି ଜୀବନ ମଧ୍ୟରେ ସେ ବଣାଇ, ପଦ୍ମପୁର ଏବ˚ ଶେଷରେ ଅନୁଗୁଳରେ ଅବସ୍ଥାପିତ ହୋଇ ସରକାରୀ ଯୋଜନା ସବୁକୁ ସାମ୍ବାଦିକମାନଙ୍କ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସେ ଯତ୍ପରୋନାସ୍ତି ଉଦ୍ୟମ କରିଥିଲେ। ଜଣେ କର୍ତ୍ତବ୍ୟନିଷ୍ଠ, ମେଳାପୀ ବ୍ୟକ୍ତି ଭାବେ ସେ ମନେ ରହିବେ। ତାଙ୍କ ସେବା ନିବୃତ୍ତ ଖବର ପାଇ ଆଜି ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ଡିଜିଟାଲ୍ ପ୍ଲାଟ୍ଫର୍ମରେ ବିଦାୟ ସମ୍ବର୍ଦ୍ଧନା ଜଣାଇବା ସହ ତାଙ୍କର ଅବସର ପରବର୍ତ୍ତୀ ସୁଖ, ନିରୋଗ ଜୀବନ ସହ ସୌହାର୍ଦ୍ଦ୍ୟ କାମନା କରିଛନ୍ତି। ସରକାରୀ ଅନ୍ୟାଦେଶ ଯାଏଁ ତାଳଚେର ଏସଡିଆଇପିଆର୍ଓ ସୌରଭ ପ୍ରଧାନ ଭାରପ୍ରାପ୍ତ ଜିଲ୍ଲା ସୂଚନା ଅଧିକାରୀ ରୂପେ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି।
ଅବସର ନେଲେ ଜିଲ୍ଲା ସୂଚନା ଅଧିକାରୀ
- Post published:November 30, 2020
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
