ଜୈବିକ କୃଷିରେ ଅନୁଗୁଳକୁ ଅଣଦେଖା

You are currently viewing ଜୈବିକ କୃଷିରେ ଅନୁଗୁଳକୁ ଅଣଦେଖା

ଅନୁଗୁଳ: ସରକାର କହୁଛନ୍ତି ରାଜ୍ୟରେ କେବଳ ୫୨,୪୪୪ ଜଣ ଚାଷୀ ସରକାରଙ୍କ ବିଭିନ୍ନ ଯୋଜନାରେ ଜୈବିକ କୃଷିକୁ ଆଦରି ନେଇଛନ୍ତି। କନ୍ଧମାଳ, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ତି ଭଳି ଜିଲ୍ଲାରେ ଅଧିକ ଚାଷୀ ଏହି ଜୈବିକ କୃଷି କରି ଲାଭବାନ୍‌ ହେଉଛନ୍ତି। ଆମ ଜିଲ୍ଲାରେ ଅର୍ଗାନିକ ଫାର୍ମ ବା ଜୈବିକ କୃଷି ପାଇଁ ମାଟି, ପାଣି, ପବନ ସବୁ ଅନୁକୂଳ ଥିଲେ ମଧ୍ଯ ସରକାରୀ ଯୋଜନା ଠିକଣା ବାଟରେ ଚାଷୀ ପାଖରେ ପହଞ୍ଚି ନଥିବାରୁ ତାହା ଯେଭଳି ଲୋକପ୍ରିୟ ହେବା କଥା ହୋଇପାରୁନାହିଁ। ପିକେଭିୱାଇ ଯୋଜନାରେ ୩୮,୦୧୫ ଜଣ ଚାଷୀ ୧୪୪୦୦ ହେକ୍ଟର ଜମିରେ ଜୈବିକ କୃଷି କରୁଥିବା ବେଳେ ବିଶ୍ବବ୍ୟାଙ୍କ ସହାୟତାରେ ୧୪୪୨୯ ଜଣ ଚାଷୀ ୬୭୦୦ ହେକ୍ଟର ଜମିରେ ଜୈବିକ କୃଷି କରୁଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଜୈବିକ କୃଷି ହେଉଛି ଏଭଳି ଏକ କୃଷି ପଦ୍ଧତି, ଯେଉଁଥିରେ ଖତସାର ଦେଇ ସ୍ବତନ୍ତ୍ର ପ୍ରଣାଳିରେ ଫଳ ଓ ପନିପରିବା ଚାଷ କରାଯାଏ। ଏହି ଫସଲରେ ରାସାୟନିକ ସାର, ପୋକମରା ଔଷଧର ମାତ୍ରା ନଥାଏ। ଫଳ, ପନିପରିବା ବା ଫସଲ ବେଶ୍‌ ସ୍ବାସ୍ଥ୍ୟକର ଓ ସ୍ବାଦିଷ୍ଠ ହୋଇଥାଏ। ଏହି ଚାଷ ପାଇଁ ଚାଷୀକୁ ହେକ୍ଟର ପିଛା ୫୦ ହଜାର ଟଙ୍କା ହିସାବରେ ୩ ବର୍ଷ ପାଇଁ ଆର୍ଥିକ ସହାୟତା ଦିଆଯାଇଥାଏ। ଅନୁଗୁଳ ଜିଲ୍ଲାରେ ଜୈବିକ କୃଷି ପ୍ରତି ଆଦର ବଢ଼ୁଥିବା ବେଳେ ଜିଲ୍ଲା କୃଷି ଓ ଉଦ୍ୟାନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Share

Leave a Reply