ବାଇକ୍‌ ଡିକିରୁ ୧୫ ହଜାର ଲୁଟ୍

You are currently viewing ବାଇକ୍‌ ଡିକିରୁ ୧୫ ହଜାର ଲୁଟ୍

ଅନୁଗୁଳ: ବଅଁରପାଳ ବ୍ଳକ୍ ମହାଧରପୁର ହାଟଛକ ନିକଟସ୍ଥ ଏକ ଚା’ ଦୋକାନ ମଙ୍ଗଳବାର ମଧ୍ୟାହ୍ନ ବେଳେ ୧୫ ହଜାର ଟଙ୍କା ଲୁଟ୍ ହୋଇଛି । ଏକ ଫେରିବାଲା ଦମ୍ପତି ଡିକିରୁ ଟଙ୍କାତକ ଧରି ଛୁ’ ମାରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ତଳମୂଳ ଗ୍ରାମର ସ୍ଵାମୀ-ସ୍ତ୍ରୀ ମହୀଧରପୁର ବ୍ୟାଙ୍କରୁ ଟଙ୍କା ଉଠାଇ ମଟର ସାଇକେଲ୍ ଡିକିରେ ରଖିଥିଲେ। ହେଲେ ମଟର ସାଇକେଲ୍ ଡିକିର ତାଲା ଠିକରେ ପଡୁନଥିଲା । ଚା’ ଦୋକାନ ପାଖରୁ ଉଭୟ କୌଣସି ଜିନିଷ କିଣୁଥିବା ବେଳେ ସେମାନଙ୍କ ଉପରେ ନଜର ରଖିଥିବା ଏକ ଫେରିବାଲା ଦମ୍ପତି ଟଙ୍କା ନେଇ ପଳାଇ ଯାଇଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ରାତି ପର୍ଯ୍ୟନ୍ତ ଏ ନେଇ ଥାନାରେ କୌଣସି ରିପୋର୍ଟ ହୋଇନଥିବା ଜଣାଯାଇଛି ।

 

Share

Leave a Reply