ଅଟୋ ସହ ୧୦୮ ଲିଟର ବିଦେଶୀ ମଦ ଜବତ,୨ ଗିରଫ

You are currently viewing ଅଟୋ ସହ ୧୦୮ ଲିଟର ବିଦେଶୀ ମଦ ଜବତ,୨ ଗିରଫ

ଅନୁଗୁଳ: ଅନୁଗୁଳ ସହର ଗାନ୍ଧିଛକ ଠାରୁ ଏକ ବିଦେଶୀ ମଦ ବୋଝେଇ ଅଟୋକୁ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଟୋରେ ୫ଟି ପେଟିରେ ବିଭିନ୍ନ କିସମର ୧୦୮ ଲିଟର ମଦ ରହିଥିଲା। ସମସ୍ତ ମଦକୁ ଜବତ କରିବା ସହ ପୁଲିସ୍ ୨ ଅଭିଯୁକ୍ତଙ୍କୁ କାବୁ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ବନ୍ତଳା ଥାନା ଇଲାକା ବନ୍ତଳା ବଜାରର କାବୁଲୁ ସାହୁ(୪୪) ଓ ସଦର ଥାନା ଇଲାକା ପୁରୁଣା ଜରାସିଂହା ଗ୍ରାମର ସନ୍ତୋଷ ନାଏକ(୪୦) ବୋଲି ପୁଲିସ୍ କହିଛି।ପୁଲିସ୍ ସୂଚନା ମୁତାବକ, ଅନୁଗୁଳ ଥାନାର ଏଏସ୍ଆଇ ପ୍ରଶାନ୍ତ କୁମାର ସାହୁ ଷ୍ଟାଫ୍‌ଙ୍କ ସହ ରବିବାର ସହରରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଗାନ୍ଧି ଛକରେ ଏକ ଡାଲା ଅଟୋରେ ବିପୁଳ ପରିମାଣର ମଦ ଚାଲାଣ ହେଉଥିବା ସେ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲେ । ଗାନ୍ଧିଛକରେ ଚଢ଼ାଉ କରି ପୁଲିସ୍ ଅଟୋକୁ ଜବତ କରିଥିଲା।  ଏଥିସହିତ ଅଟୋଚାଳକ କାବୁଲୁ ଓ ସନ୍ତୋଷ ମଦ ଖର୍ଦ୍ଦିର କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିଲେ। ଫଳରେ ମାମଲାର ତଦନ୍ତକାରୀ  ଉଭୟଙ୍କୁ କୋର୍ଟଚାଲାଣ କରିଥିବା ଜଣାପଡ଼ିଛି ।

Share

Leave a Reply