ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ରୁ ମୋବାଇଲ ଚୋରି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ବଅଁରପାଳ ବଜାର ଅଞ୍ଚଳର ଏକ ଦୋକାନରୁ ୨୦୨୧ ରେ ଚୋରି କରିଥିଲେ। ଏ ନେଇ ଅଭିଯୋଗ ହେବାପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଥିଲା। ଶୁକ୍ରବାର ଢ଼େଙ୍କାନାଳ ଜିଲ୍ଲା ସଦରଥାନା ଅଞ୍ଚଳର ଦେବବ୍ରତ ବିଶ୍ବାଳ ଓ ସୋମ୍ୟ ରଞ୍ଜନ ବେହେରାଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ୨ଟି ମୋବାଇଲ ଫୋନ୍ ଓ ଗୋଟିଏ ଟାବ୍ଲେଟ୍ ଜବତ କରିଛି।
୨ ମୋବାଇଲ ଚୋର ଗିରଫ
- Post published:April 29, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Swagatika Samantray
